ସମ୍ବଲପୁର: ବିଭିନ୍ନ ଦାବି ନେଇ ଆଜି ହିଣ୍ଡାଲ୍କୋ କାରଖାନାର ଠିକା କର୍ମଚାରୀମାନେ ହୀରାକୁଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ସେମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହାରରେ ମଜୁରୀ ଦେବା ପାଇଁ ଠିକା କର୍ମଚାରୀ ସଂଘ ଦାବି କରିଥିଲେ। ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ତିନି ଦିନ ଧରି ଧାରଣା ଦିଆଯାଇଥିଲା। ଏନେଇ ଶ୍ରମିକ ନେତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରି ନ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।