କନ୍ଧମାଳ: ଗଞ୍ଜେଇ ଜବତ, ୩ ଗିରଫ

ganjai seaze

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡା ଥାନା ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ବହୁ ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଦୁଇଟି ବାଇକ ମଧ୍ୟ ପୋଲିସ ଜବତ କରିଛି।

ମାଟିଘାଟି ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ଚଢ଼ାଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ କିଲୋ ଗଞ୍ଜେଇ ଓ ବାଇକ ଜବତ କରିଥିଲା।

ସେହିଭଳି ଅରାପାଜୁ ଗ୍ରାମରେ ପୋଲିସ ଚଢ଼ାଉ କରି ୧୭ କିଲୋ ଗଞ୍ଜେଇ ଓ ଗୋଟିଏ ବାଇକ ଜବତ କରିଛି। ଏହି ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

SHARE THIS

RELATED ARTICLES

LEAVE COMMENT