କଙ୍କଡ଼ାହାଡ଼: ବାଣ ଫୁଟାଇ ୩ ବାଳକ ଆହତ

firecraker

firecrakerକାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଅନ୍ତର୍ଗତ ବାଘମୁଣ୍ଡାର ତିନି ଜଣ ବାଳକ ଆଜି ବାଣ ଫୁଟାଇବା ବେଳେ ଗୁରୁତର ଭାବେ ଆହତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତମାନେ ହେଲେ ଲିପୁନ ମୁଣ୍ଡା, ସୁଶାନ୍ତ କରାଇ ଓ ସୁକୁର କରାଇ। ସମସ୍ତଙ୍କ ବୟସ ୮ ବର୍ଷ ମଧ୍ୟରେ।

ଏହି ପିଲାମାନେ ଗତକାଲି ଯାତ୍ରା ଦେଖିବାକୁ ବେଣାମୁଣ୍ଡା ଯାଇଥିଲେ। ସେଠାରେ ଯାତ୍ରା ବେଳେ ବାଣ ଫୁଟା ଯାଇଥିଲା। ତେବେ ପଡ଼ିରହିଥିବା ଅଫୁଟା ବାଣଗୁଡ଼ିକୁ ସେମାନେ ସଂଗ୍ରହ କରିଥିଲେ। ଆଜି ସକାଳେ ସେମାନେ ସେହି ଅଫୁଟା ବାଣଗୁଡ଼ିକୁ ଫୁଟାଇବା ବେଳେ ଆହତ ହୋଇଥିଲେ।

Previous ArticleNext Article

Send this to a friend