ନାବାଳିକାକୁ ବଳାତ୍କାର ଅଭିଯୋଗ

କଟକ: କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକା ବଳାତ୍କାରରେ ଶିକାର ହୋଇଥିଲା। ଆଜି ଏସ୍‌ସିବିରେ ପୀଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି।

ଗତ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକ ନାବାଳିକାଙ୍କୁ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ।

Previous ArticleNext Article

Send this to a friend