ଗୋଷ୍ଠୀ ବିଜ୍ଞାନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

Tata-Trusts-Mobile-Science-Lab (1)

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଗୋଷ୍ଠୀ ବିଜ୍ଞାନ କାର୍ଯ୍ୟକ୍ରମ(ଏସ୍‌ସିଏସ୍‌ପିଆଇ)। ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ପ୍ରରିକଳ୍ପନା କରାଯାଇଛି। ଓଡ଼ିଶା ସରକାର, ଟାଟା କନ୍‌ସଲଟାନ୍ସି ସର୍ଭିସ୍‌ ଓ ଟାଟା ଟ୍ରଷ୍ଟର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୫୦ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ମୋବାଇଲ ସାଇନ୍ସ ଲାବ ବୁଲିବ।

SHARE THIS

RELATED ARTICLES

LEAVE COMMENT