ଆହତଙ୍କୁ ଚିକିତ୍ସା ଖର୍ଚ୍ଚ ଦେବା ଦାବିରେ ରାସ୍ତାରୋକ

pipili

ପିପିଲି: ଦୁଇ ଦିନ ତଳେ ପିପିଲି ନିର୍ମଳା ଛକ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ୪ ଜଣ ଛାତ୍ରୀଙ୍କ ସମେତ ଆଠ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବା ଦାବିରେ ଆଜି ନିର୍ମଳା ଛକରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତହସିଲଦାର ଆସି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Previous ArticleNext Article

Send this to a friend