ଆର୍‌ଡିଏରେ ନ ମିଶିବା ଦାବିରେ କୁଆଁରମୁଣ୍ଡା ବନ୍ଦ

kuanramunda

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।  ତା’ସହିତ ୧୪୩ ନମ୍ବର ଜାତୀୟ ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଥିଲା। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଅଧୀନରେ କୁଆଁରମୁଣ୍ଡା ବ୍ଲକ୍‌ର ୯ଟି ପଞ୍ଚାୟତକୁ ନ ମିଶାଇବା ଦାବିରେ ବନ୍ଦ ପାଳନ କରାଯାଇଥିଲା।

ବନ୍ଦ ଯୋଗୁଁ କୁଆଁରମୁଣ୍ଡାରେ ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଅଧୀନରେ କୁଆଁରମୁଣ୍ଡା ବ୍ଲକ୍‌ର ୯ଟି ପଞ୍ଚାୟତକୁ ସାମିଲ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା।

Previous ArticleNext Article

Send this to a friend