ରାଉରକେଲା: ଅଜଣା ଗାଡ଼ି ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ

raurkela1

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଲିଟିବେଡ଼ାଠାରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ସ୍ଥାନୀୟ ସମଲେଇମୁଣ୍ଡା ଅଞ୍ଚଳର। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରୁ ୬ ବର୍ଷ ବୟସର ବାଳକ ଅଳ୍ପକେ ବର୍ତ୍ତି ଯାଇଛି।

ଏମାନେ ତିନି ଜଣ ଏକ ସ୍କୁଟିରେ କୁତ୍ରାପଟରୁ ସମଲେଇମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। କୁତ୍ରା ପୋଲିସ୍‌ ମୃତଦେହକୁ ଜବତ କରି ରାଜଗାଙ୍ଗପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Previous ArticleNext Article

Send this to a friend