ବଲିଉଡ୍ ତାରକାଙ୍କ ବିମାନ କ୍ରେଜ୍: ଜାଣନ୍ତୁ କେଉଁ ହିରୋଙ୍କ ପାଖରେ ଅଛି ପ୍ରାଇଭେଟ୍ ଜେଟ୍

amitah-bacchan 1

ଭାରତ ଏମିତି ଏକ ଦେଶ ଯେଉଁଠି କୋଟି କୋଟି ଲୋକ ଖାଲି ଆଖିରେ ବିମାନ ଦେଖି ନାହାଁନ୍ତି। କୋଟିକୋଟି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବିମାନରେ ବସିବା ପାହାନ୍ତିଆ ସ୍ୱପ୍ନ।  ହେଲେ କେବେ ଭାବିଛନ୍ତି ଆମ ବଲିଉଡ୍ ହିରୋଙ୍କ କଥା, ଯେଉଁମାନଙ୍କ ଘରେ କାର୍ ଭଳି ଅପେକ୍ଷା କରି ରହିଥାଏ ବିମାନ। କେବେ କେମିତି ସୁଟିଂରୁ ଫୁରୁସତ୍ ମିଳିଲେ ଏହି କୋଟିପତି ଷ୍ଟାରମାନେ ବାହାରି ପଡନ୍ତି ନୀଳ ଆକାଶରେ ଘୂରି ବୁଲିବାକୁ। ଏପରିକି କିଛି ଅଭିନେତା ନିଜ ଷ୍ଟାରଡମ୍‌ ଆହୁରି ବଢାଇବାକୁ ଯାଇ ନିଜ ପାଇଁ କିଣିଛନ୍ତି ପ୍ରାଇଭେଟ୍ ବିମାନ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବଲିଉଡ଼ ନାୟକଙ୍କ ପାଖରେ ଅଛି ନିଜର ପ୍ରାଇଭେଟ ବିମାନ।

ଶାହାରୁଖ୍ ଖାନ୍: ଗୋଟିଏ ସମୟରେ ଦିଲ୍ଳୀରୁ ମୁମ୍ୱାଇକୁ ଟ୍ରେନ୍ ଯୋଗେ ଆସିଥିବା ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପାଖରେ ଏବେ ନିଜସ୍ୱ ବିମାନ ଅଛି। ବଲିଉଡ଼ର ଏହି ରୋମାଣ୍ଟିକ ହିରୋ ପୂର୍ବରୁ ଅନେକଥର ମୁମ୍ୱାଇର ଲୋକାଲ୍ ଟ୍ରେନରେ ମଧ୍ୟ ଯାଇଛନ୍ତି। ହେଲେ ଏବେ ପାଖରେ ରଖିଛନ୍ତି ନିଜ ପାଇଁ ବିମାନ।

ସଲମାନ୍ ଖାନ୍: ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭାଇଜାନ ଯିବା ଆସିବା ପାଇଁ ନିଜର ଏକ ପ୍ରାଇଭେଟ ବିମାନ ଓ ହେଲିକପ୍ଟର ରଖିଛନ୍ତି।

ହ୍ରିତିକ ରୋଶନ୍ : ହିନ୍ଦୀ ଚଳଚ୍ଚିତ୍ର ଜଗତର ଡ୍ୟାନ୍ସିଂ ଷ୍ଟାର ତଥା ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ମଧ୍ୟ କମ୍ ନୁହଁନ୍ତି। ସଲମାନ ଓ ଶାହାରୁଖଙ୍କ ଭଳି ତାଙ୍କର ମଧ୍ୟ ନିଜର ଏକ ଲଗ୍‌ଜୁରିଅସ୍‌ ବିମାନ ଅଛି।

ଅମିତାଭ ବଚ୍ଚନ : ବଲିଉଡ଼ର ବିଗ୍ ବି ତଥା ଏଭରଗ୍ରୀନ୍ ହିରୋ ଅମିତାଭ ବଚ୍ଚନଙ୍କ ପାଖରେ ମଧ୍ୟ ଏକ ସୁନ୍ଦର ପ୍ରାଇଭେଟ୍ ବିମାନ ଅଛି। ଏହି ମହାନାୟକ ନିଜର ଗନ୍ତବ୍ୟ ସ୍ଥଳକୁ ଏହି ବିମାନରେ ଯାଇଥାନ୍ତି।

ଏବେ ଏହି ଟ୍ରେଣ୍ଡର ସାମିଲ ହେଇଛନ୍ତି ପଞ୍ଜ।ବୀ ନାୟକ ଦଲଜିତ୍। ସେ ନିକଟରେ ନିଜର ଏକ ପ୍ରାଇଭେଟ ବିମାନ କିଣି ଚର୍ଚ୍ଚାକୁ ଆସିଛନ୍ତି। ନିଜ ଫେସବୁକ ଆକାଉଣ୍ଟରେ ନିଜ ବିମାନର ଫଟୋ ଛାଡ଼ି ସେ ଏବେ ଏହି ଧନୀ ତାରକାଙ୍କ ତାଲିକାକୁ ଆସିଛନ୍ତି।

Previous ArticleNext Article

Send this to a friend