ସ୍ମିତା ପାଟିଲଙ୍କ ସଂପର୍କରେ

ମୁମ୍ବାଇ: ବଲିଉଡରେ ମାତ୍ର ୧୦ ବର୍ଷ ପାଇଁ ଦେଖିବାକୁ ମିଳିଥିଲା ସ୍ମିତା ପାଟିଲଙ୍କୁ। ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥିଲେ। ତାଙ୍କ ସୁନ୍ଦରତା ଓ ଅଭିନୟର ଯାଦୁ ଯେମିତି ଭାରତୀୟ ଦର୍ଶକଙ୍କୁ କରି ଦେଉଥିଲା ପାଗଳ। ସେ ଏମିତି ଜଣେ ଅଭିନେତ୍ରୀ ଥିଲେ ଯାହାଙ୍କ ମୃତ୍ୟୁ ପରେ ୧୪ଟି ଫିଲ୍ମ ରିଲିଜ୍‌ ହୋଇଥିଲା। ଆସନ୍ତୁ ଜାଣିବା ସ୍ମିତାଙ୍କ ବିଷୟରେ ଏପରି କିଛି କଥା, ଯାହା ଆଜି ବି […]

Rakesh Mallick
  • Published: Thursday, 31 August 2017
  • Updated: 01 September 2017, 03:18 PM IST

Sports

Latest News

ମୁମ୍ବାଇ: ବଲିଉଡରେ ମାତ୍ର ୧୦ ବର୍ଷ ପାଇଁ ଦେଖିବାକୁ ମିଳିଥିଲା ସ୍ମିତା ପାଟିଲଙ୍କୁ। ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥିଲେ। ତାଙ୍କ ସୁନ୍ଦରତା ଓ ଅଭିନୟର ଯାଦୁ ଯେମିତି ଭାରତୀୟ ଦର୍ଶକଙ୍କୁ କରି ଦେଉଥିଲା ପାଗଳ। ସେ ଏମିତି ଜଣେ ଅଭିନେତ୍ରୀ ଥିଲେ ଯାହାଙ୍କ ମୃତ୍ୟୁ ପରେ ୧୪ଟି ଫିଲ୍ମ ରିଲିଜ୍‌ ହୋଇଥିଲା। ଆସନ୍ତୁ ଜାଣିବା ସ୍ମିତାଙ୍କ ବିଷୟରେ ଏପରି କିଛି କଥା, ଯାହା ଆଜି ବି ତାଙ୍କ ଫ୍ୟାନ୍‌ଙ୍କ ପାଇଁ ରହସ୍ୟରେ ରହିଛି।

ଜିନ୍ସ ଉପରେ ପିନ୍ଧୁଥିଲେ ଶାଢ଼ି

ରିଲ୍‌ ଲାଇଫ୍‌ରେ ଗମ୍ଭୀର ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟି ଥିବା ଏହି ଅଭିନେତ୍ରୀ ରିୟଲ ଲାଇଫ୍‌ରେ ଥିଲେ ବହୁତ ଖୋଲା ମିଜାସର। ଗାଡି ଚଲାବାକୁ ତାଙ୍କ ବହୁତ ସଉକ ଥିଲା। ଏଥିପାଇଁ ୧୫ ବର୍ଷ ବୟସରେ ହିଁ ଘରେ କାହାକୁ ନ ଜଣାଇ ଲୁଚିଛପି ଡ୍ରାଇଭିଂ ଶିଖିଥିଲେ। ଫିଲ୍ମକୁ ଆସିବା ପୂର୍ବରୁ ସେ ମୁମ୍ବାଇ ଦୁରଦର୍ଶନରେ ନ୍ୟୁଜ୍‌ ଆଙ୍କର ଭାବେ କାମ କରୁଥିଲେ। ତାଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗୁଥିଲା। ହେଲେ ଆଙ୍କରିଂ ବେଳେ ଶାଢୀ ପିନ୍ଧିବା ଜରୁରୀ ଥିଲା। ସ୍ମିତା ଜିନ୍ସ ଉପରେ ଶାଢୀ ପିନ୍ଧି ଆଙ୍କରିଂ କରୁଥିଲେ।

smita-patil୧୦ ବର୍ଷ କରିଥିଲେ ରାଜ୍‌

ମାତ୍ର ୧୦ ବର୍ଷ ହିଁ ସେ ବଲିଉଡରେ କାମ କରିଥିଲେ। ଏହି ସମୟ ମଧ୍ୟରେ ଅଭିନୟର ଯେଉଁ ଛାପ ଛାଡି ଯାଇଛନ୍ତି ଆଜି ବି ଲୋକେ ତାଙ୍କୁ ମନେ ପକାଉଛନ୍ତି। ତାଙ୍କ ଅଭିନୀତ ‘ଭୂମିକା’, ‘ମନ୍ଥନ’, ‘ମିର୍ଚ ମସାଲା’, ‘ଅର୍ଥ’, ‘ମଣ୍ଡି’, ‘ନିଶାନ୍ତ’, ‘ନମକ ହଲାଲ’ ଓ ‘ଶକ୍ତି’ର କ୍ରେଜ୍‌ ଆଜି ବି ରହିଛି। ୧୯୮୫ରେ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ମୃତ୍ୟୁ ପରେ ରିଲିଜ୍‌ ହୋଇଥିଲା ୧୪ ଫିଲ୍ମ

ବଲିଉଡର ସେ ଏକମାତ୍ର ଅଭିନେତ୍ରୀ ଥିଲେ, ଯାହାଙ୍କ ମୃତ୍ୟୁ ପରେ ତାଙ୍କ ଅଭିନୀତ ଏତେ ସଂଖ୍ୟାରେ ଫିଲ୍ମ ରିଲିଜ ହୋଇଥିଲା। ୧୯୮୬ ଡିସେମ୍ବର ୧୩ରେ ପୁଅ ପ୍ରତୀକ ବବ୍ବର ଜନ୍ମ ହେବାର ୨ ସପ୍ତାହ ପରେ ୩୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ‘ମିର୍ଚ ମସାଲା’, ‘ଡ୍ୟାନ୍ସ ଡ୍ୟାନ୍ସ’, ‘ନଜରାନା’, ‘ୱାରିସ’ ଓ ‘ଆକର୍ଷଣ’ ପରି ହିଟ୍‌ ମୁଭି ରିଲିଜ୍‌ ହୋଇଥିଲା। ୧୯୮୯ରେ ମିଥୁନ ଦା’ଙ୍କ ସହ ରିଲିଜ ହୋଇଥିବା ‘ଗଲିୟୋ କା ବାଦଶାହା’ ତାଙ୍କ ଶେଷ ଫିଲ୍ମ ଥିଲା।

ବିଗ୍‌ ବିଙ୍କ ସହ ସମ୍ପର୍କ

୧୯୮୨ରେ ‘କିଲି’ର ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ ହେବାର ପୂର୍ବାଭାସ ସ୍ମିତା ପାଇଥିଲେ। ଯେଉଁଦିନ ଅମିତାଭ ଦୁର୍ଘଟଣାର ଶିକାର ହୋଇଥିଲେ ତା’ ପୂର୍ବଦିନ ସ୍ମିତା ତାଙ୍କୁ ନେଇ ଏକ ଖରାପ ସ୍ୱପ୍ନ ଦେଖିଥିଲେ। ଦୁର୍ଘଟଣା ପୂର୍ବଦିନ ରାତିରେ ଅମିତାଭ ଯେତେବେଳେ ସୁଟିଂ ସାରି ଫେରିଥିଲେ, ସ୍ମିତାଙ୍କୁ ଫୋନ୍‌ କରି ତାଙ୍କ ଦେହ କେମିତି ଅଛି ପଚାରି ବୁଝିଥିଲେ ଓ ସେ ଦେଖିଥିବା ସ୍ୱପ୍ନ ବିଷୟରେ କହିଥିଲେ। ପରଦିନ ଅମିତାଭ ସୁଟିଂ ବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ନିଜେ ଅମିତାଭ ସ୍ମିତାଙ୍କ ଏହି ସ୍ୱପ୍ନ କଥାକୁ ସ୍ୱୀକାର କରିଛନ୍ତି।

ଶେଷ ଇଚ୍ଛା

ସ୍ମିତାଙ୍କ ଶେଷ ଇଚ୍ଛା ଥିଲା ମରିବା ପରେ ତାଙ୍କୁ ବଧୂ ବେଶରେ ଏହି ଦୁନିଆରୁ ବିଦାୟ ଦିଆଯାଉ। ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ସ୍ମିତାଙ୍କ ମରଶରୀରକୁ ତାଙ୍କ ମେକ୍‌ଅପ୍‌ ମ୍ୟାନ୍‌ ଦୀପକ ସମ୍ବିତ ସଧବା ବେଶରେ ମେକ୍‌ଅପ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story