‘ପଦ୍ମାବତୀ’ ଦେଖିବା ଆଗରୁ ଜାଣିନିଅନ୍ତୁ ‘ଘୁମର’ ବିଷୟରେ ଏଇ ୫ଟି କଥା

ସଞ୍ଜୟ ଲୀଲା ଭଂଶାଲୀଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ରେ ଦୀପିକାଙ୍କ ଘୁମର ନାଚକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଏଥିପାଇଁ ଦୀପିକା ସ୍ପେଶାଲ ଟ୍ରେନିଂ ମଧ୍ୟ ନେଇଛନ୍ତି। ଏହି ଗୀତ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ହେଲେ ଗୀତରେ ରାଜରାଜୁଡ଼ା ସମୟର ନିୟମକୁ ଉଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି। ଘୁମର ହେଉଛି ରାଜସ୍ଥାନର ଏକ ଲୋକ ନୃତ୍ୟ। ଯେଉଁଥିରେ କି ରାଜପୁତ ମହିଳାମାନେ ଗୋଲେଇ ହୋଇ ଏକାଠି ନାଚିଥାନ୍ତି। ମୁଖ୍ୟତଃ ନବବଧୂକୁ ଶାଶୁଘରେ ସ୍ୱାଗତ କରିବା […]

ghoomer-cover_1510660931

ghoomer-cover_1510660931

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 03:44 PM IST

Sports

Latest News

ସଞ୍ଜୟ ଲୀଲା ଭଂଶାଲୀଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତୀ'ରେ ଦୀପିକାଙ୍କ ଘୁମର ନାଚକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଏଥିପାଇଁ ଦୀପିକା ସ୍ପେଶାଲ ଟ୍ରେନିଂ ମଧ୍ୟ ନେଇଛନ୍ତି। ଏହି ଗୀତ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି। ହେଲେ ଗୀତରେ ରାଜରାଜୁଡ଼ା ସମୟର ନିୟମକୁ ଉଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି। ଘୁମର ହେଉଛି ରାଜସ୍ଥାନର ଏକ ଲୋକ ନୃତ୍ୟ। ଯେଉଁଥିରେ କି ରାଜପୁତ ମହିଳାମାନେ ଗୋଲେଇ ହୋଇ ଏକାଠି ନାଚିଥାନ୍ତି। ମୁଖ୍ୟତଃ ନବବଧୂକୁ ଶାଶୁଘରେ ସ୍ୱାଗତ କରିବା ସମୟରେ ଏମିତି ନାଚ ଦେଖିବାକୁ ମିଳିଥାଏ। ରାଜପୁତ ନିୟମ ଅନୁଯାୟୀ ଏହି ନାଚ ପୁରୁଷମାନଙ୍କ ସାମ୍ନାରେ କରାଯାଏ ନାହିଁ। ଏଥିରେ ମହିଳାମାନେ ମୁଣ୍ଡରେ ଲମ୍ବା ଓଢଣା ଦେଇ ନାଚିଥାନ୍ତି। କେବଳ ଏତିକି ନୁହେଁ, ଆହୁରି ଅନେକ କିଛି କଥା ରହିଛି ଏହି ଘୁମର ନୃତ୍ୟ ପଛରେ। ‘ପଦ୍ମାବତୀ' ଦେଖିବା ପୂର୍ବରୁ ଆସନ୍ତୁ ଜାଣିନେବା ଘୁମର ବିଷୟରେ କିଛି ଅଜଣା କଥା।

୧. ଘୁମର ହେଉଛି ଏକ ପ୍ରକାର ରାଜସ୍ଥାନୀ ଲୋକନୃତ୍ୟ। ଏହାର ଏକ ବିଶେଷତ୍ୱ ହେଲା, ଏଥିରେ କେବଳ ମହିଳାମାନେ ହିଁ ଭାଗ ନେଇପାରିବେ।

୨. ଘୁମରରେ ମହିଳାମାନେ ଲମ୍ୱା ଲମ୍ୱା ଲେହେଙ୍ଗା ବା ଘାଘରା ପିନ୍ଧି ଲୋକସଙ୍ଗୀତର ତାଳେତାଳେ ଘେରା ମାରି ମାରି ନୃତ୍ୟ କରିଥାନ୍ତି।

୩. ଘୁମର ନୃତ୍ୟରେ ନୃତ୍ୟାଙ୍ଗନା ପିନ୍ଧିଥିବା ଲେହେଙ୍ଗାର ଘେରା ଏବଂ ହାତ ଲହରେଇବା ଷ୍ଟାଇଲ୍ ହିଁ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ।

୪. ରାଜସ୍ଥାନର ପ୍ରସିଦ୍ଧ ପର୍ବ ଓ ସାମାଜିକ ଉତ୍ସବ, ଯଥା- ତିଜ୍, ହୋଲି, ଗଣଗୌର ଏବଂ ବାହାଘର ଗୁଡ଼ିକରେ ଘୁମର ନୃତ୍ୟ ପରିବେଷଣ ହୋଇଥାଏ।

୫. କୁହାଯାଏ ଭିଲୌଁମାନେ ଘୁମୁରା ନୃତ୍ୟର ବିକାଶ କରାଇଥିଲେ। ପରେ ଏହା ରାଜସ୍ଥାନ ସାରା ଲୋକପ୍ରିୟ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos