ଆମୀରଙ୍କୁ କିଏ ଓ କାହିଁକି କହ୍ନେୟାଲାଲ ଡାକୁଥିଲେ ?

ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପର୍‌ଫେସନିଷ୍ଟ କେବଳ ଦେଶ ନୁହେଁ ପୂରା ବିଶ୍ୱରେ ଖୁବ୍‌ ଲୋକପ୍ରିୟ।  ଖାସ୍‌ କରି ଚୀନ୍‌ରେ ତାଙ୍କ ଫିଲ୍ମକୁ ବହୁତ୍‌ ପ୍ରଶଂସା କରାଯାଉଛି। ତାଙ୍କ ଗୋଟିଏ ଗୋଟିଏ ଫିଲ୍ମ ସୁପର ଡୁପରହିଟ୍‌ ତାଲିକାରେ ସାମିଲ ହେଉଛି। ଆମୀର କେବଳ ରିଲ ଲାଇଫ୍‌ରେ ନିଜ ଜଲାୱା ଦେଖଉଛନ୍ତି ତା’ ନୁହେଁ ସେ ଅନେକ ସାମାଜିକ କାମରେ ବି ନିଜକୁ ସଂଶ୍ଲିଷ୍ଟ ରଖୁଛନ୍ତି। ଆଜି ହେଉଛି ଆମୀରଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା ଆମୀରଙ୍କ ବିଷୟରେ କିଛି […]

Aamir-Khan

Aamir-Khan

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 10:33 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପର୍‌ଫେସନିଷ୍ଟ କେବଳ ଦେଶ ନୁହେଁ ପୂରା ବିଶ୍ୱରେ ଖୁବ୍‌ ଲୋକପ୍ରିୟ।  ଖାସ୍‌ କରି ଚୀନ୍‌ରେ ତାଙ୍କ ଫିଲ୍ମକୁ ବହୁତ୍‌ ପ୍ରଶଂସା କରାଯାଉଛି। ତାଙ୍କ ଗୋଟିଏ ଗୋଟିଏ ଫିଲ୍ମ ସୁପର ଡୁପରହିଟ୍‌ ତାଲିକାରେ ସାମିଲ ହେଉଛି। ଆମୀର କେବଳ ରିଲ ଲାଇଫ୍‌ରେ ନିଜ ଜଲାୱା ଦେଖଉଛନ୍ତି ତା’ ନୁହେଁ ସେ ଅନେକ ସାମାଜିକ କାମରେ ବି ନିଜକୁ ସଂଶ୍ଲିଷ୍ଟ ରଖୁଛନ୍ତି। ଆଜି ହେଉଛି ଆମୀରଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା ଆମୀରଙ୍କ ବିଷୟରେ କିଛି ଜଣା ଅଜଣା କଥା।

aamir-khan୧. ଆମୀରଙ୍କ ଡାକ ନାଁ କହ୍ନେୟାଲାଲ। ଜାଣିଛନ୍ତି ଏହି ନାଁ ତାଙ୍କୁ ତାଙ୍କ ପରିବାର ଲୋକ ଦେଇଛନ୍ତି। କାରଣ ହେଉଛି ପିଲାବେଳୁ ସେ ଝିଅମାନଙ୍କ ଗହଣରେ ରହିବାକୁ ପସନ୍ଦ କରୁଥିଲେ।

୨. ଫିଲ୍ମ ‘ଗୁଲାମ’ରେ ତାଙ୍କ ଚରିତ୍ର ପାଇଁ ଆମୀର ଅନେକ ଦିନ ପର୍ଯ୍ୟନ୍ତ ଗାଧୋଇ ନଥିଲେ।

aamir୩. ଫିଲ୍ମ ‘ବାଜି’ରେ ଏକ ଗୀତ ସୁଟ୍‌ କରିବା ପାଇଁ ଆମୀର ନିଜ ପୂରା ବଡିକୁ ୱାକ୍ସ କରିଥିଲେ। କାରଣ ସେହି ଗୀତରେ ସେ ଜଣେ ଝିଅ ଚରିତ୍ରରେ ନଜର ଆସିଥିଲେ।

୪. ପତ୍ନୀ କିରଣ ରାଓଙ୍କ ମୁତାବିକ ଆମୀର ଖାଇବାରେ ପୂରା ଅସାଧାରଣ। ସେ ସବୁବେଳେ କିଛି ନା କିଛି ଖାଉଥାଆନ୍ତି।

Aamir-Khan୫.ଆମୀର ଗାଧେଇବାକୁ ପସନ୍ଦ କରନ୍ତି ନାହିଁ। ସେ କୁହନ୍ତି, ‘‘ମୁଁ ବହୁତ ପରିଷ୍କାର। ମତେ ଗାଧୋଇବା ଦରକାର  ନାହିଁ।’’  କିନ୍ତୁ ତାଙ୍କୁ ବର୍ଷାରେ ଭିଜିବାକୁ ଖୁବ୍‌ ଭଲ ଲାଗେ।

୬. ଆମୀର ଅଭିନେତା ହୁଅନ୍ତୁ ବୋଲି ବାପା ତାହିର୍‌ ହୁସେନ୍‌ ଓ ମାଆ ଜୀନତ ସିଂହ ଚାହୁଁ ନଥିଲେ। ତାଙ୍କ ଇଚ୍ଛା ଥିଲା ଆମୀର ପାଠ ପଢାରେ ଧ୍ୟାନ ଦିଅନ୍ତୁ। କିନ୍ତୁ ଆମୀର ହାଇସ୍କୁଲ ପରେ ହିଁ ପାଟପଢା ଛାଡ଼ିଦେଇଥିଲେ।

Aamir-Khan୭. ଆମୀର ୧୭ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଁ ନୋମିନେଟ୍‌ ହୋଇଥିଲେ। କିନ୍ତୁ ସେ କେବେବି ଆୱାର୍ଡ କାର୍ଯକ୍ରମକୁ ଯାଆନ୍ତି ନାହିଁ। କାରଣ ହେଉଛି ଆମୀରଙ୍କ ଫିଲ୍ମ ‘ଦିଲ୍‌’ ଯେବେ ରିଲିଜ ହୋଇଥିଲା ସନ୍ନିଙ୍କ ‘ଘାୟଲ’ ବି ସେ ସମୟରେ ରିଲିଜ୍‌ ହୋଇଥିଲା। ଆମୀରଙ୍କ ଆଶା ଥିଲା ତାଙ୍କୁ ‘ଦିଲ୍‌’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେଆର ଆୱାର୍ଡ ମିଳିବ। କିନ୍ତୁ  ସେ ଆୱାର୍ଡଟି ତାଙ୍କୁ ନ ମିଳି ସନ୍ନିଙ୍କୁ ମିଳିଗଲା। ସେବେ ଠାରୁ ସେ ପ୍ରତିଜ୍ଞା କରିଥିଲେ ଯେ ସେ ଆଉ କୌଣସି ଆୱାର୍ଡ ଶୋ’କୁ ଯିବେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos