ଭ୍ୟାକେସନ୍‌ରୁ ଫେରିବା ପରେ ଜନତାଙ୍କ ଆକ୍ରୋଶର ଶିକାର ହେଲେ ଅଭିଷେକ: ବୁଲିବାକୁ ପଇସା କେଉଁଠୁ ଆସୁଛିର ଏମିତି ଦେଲେ ଉତ୍ତର

ମୁମ୍ବାଇ: ଗତ ତିନି ବର୍ଷ ହେଲା କାମ କରିନ, ବୁଲିବାକୁ ପଇସା କେଉଁଠୁ ଆସୁଛି?  ଏମିତି ଏକ ଆକ୍ରୋଶମୂଳକ ପ୍ରଶ୍ନର ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ଗତ କିଛି ଦିନ ହେବ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା ସହ ଭ୍ୟାକେସନ୍‌ରେ ଯାଇଥିଲେ ଅଭିଷେକ। ଛୁଟି ସମୟର କିଛି ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ୍ ମଧ୍ୟ କରିଥିଲେ। ଯାହାକୁ ଦେଖିବା ପରେ ଜଣେ ବ୍ୟକ୍ତି ତାଙ୍କୁ ବୁଲିବା ପାଇଁ ପଇସା କେଉଁଠୁ ଆସୁଛି ବୋଲି […]

INSIDE-SCOOP-Does-Aishwarya-Rai-Bachchan-keeps-a-tab-on-Abhishek-Bachchan’s-phone

INSIDE-SCOOP-Does-Aishwarya-Rai-Bachchan-keeps-a-tab-on-Abhishek-Bachchan’s-phone

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 08:39 AM IST

Sports

Latest News

ମୁମ୍ବାଇ: ଗତ ତିନି ବର୍ଷ ହେଲା କାମ କରିନ, ବୁଲିବାକୁ ପଇସା କେଉଁଠୁ ଆସୁଛି?  ଏମିତି ଏକ ଆକ୍ରୋଶମୂଳକ ପ୍ରଶ୍ନର ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ଗତ କିଛି ଦିନ ହେବ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା ସହ ଭ୍ୟାକେସନ୍‌ରେ ଯାଇଥିଲେ ଅଭିଷେକ। ଛୁଟି ସମୟର କିଛି ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ୍ ମଧ୍ୟ କରିଥିଲେ। ଯାହାକୁ ଦେଖିବା ପରେ ଜଣେ ବ୍ୟକ୍ତି ତାଙ୍କୁ ବୁଲିବା ପାଇଁ ପଇସା କେଉଁଠୁ ଆସୁଛି ବୋଲି ପ୍ରଶ୍ନ କରିଥିଲେ।

ଯାହାର ଉତ୍ତର ଦେବାରେ ଅଭିଷେକ ବିଳମ୍ବ କରିନଥିଲେ। ସେ କହିଥିଲେ, “କାରଣ ସାର୍‌, ମୋ ପାଖରେ ଅଲଗା ବୃତ୍ତି ରହିଛି ଅଭିନୟକୁ ଛାଡ଼ି। ମୁଁ ଫିଲ୍ମ ପ୍ରଡ୍ୟୁସ୍‌ କରୁଛି ଏବଂ ମୋର ବୃତ୍ତିଗୁଡ଼ିକ ମଧ୍ୟରୁ ଖେଳ ଅନ୍ୟତମ।”

କେବଳ ଏହି ଗୋଟିଏ ପ୍ରଶ୍ନ ନୁହେଁ। ସୋମବାର ଦିନ ଭ୍ୟାକେସନ୍‌ରୁ ଫେରିବା ପରେ ଅଭିଷେକଙ୍କୁ ଆଉ ଏକ ସମ୍ବାଦ ମିଳିଲା। ଏକ ୱେବ୍‌ ପୋର୍ଟାଲ୍‌ରେ ଭ୍ୟାକେସନ୍‌ରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତାନ୍ତର ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ଯାହାକୁ ପଢ଼ିବା ପରେ ଅଭିଷେକ ରାଗିଯାଇଥିଲେ ଏବଂ ଏବ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ, “ମିଛ ଖବର ପ୍ରସାର କରିବା ବନ୍ଦ କରନ୍ତୁ। ମୁଁ ଜାଣିଛି ଲଗାତାର ଖବର ଦେବା ଆପଣଙ୍କ ଦାୟିତ୍ୱ। କିନ୍ତୁ ଆପଣ ସେତେବେଳେ ସମ୍ମାନ ପାଇବେ ଯେତେବେଳେ ଆପଣ ଆପଣଙ୍କ କର୍ତ୍ତବ୍ୟକୁ ସଠିକ୍‌ ଭାବରେ କରିବେ। ଧନ୍ୟବାଦ୍‌।”


ଅଭିଷେକଙ୍କ ଏହି ଟ୍ୱିଟ୍‌ ପଢିବା ପରେ ଉକ୍ତ ୱେବ୍‌ ପୋର୍ଟାଲ୍‌ ତାଙ୍କ ସମ୍ବାଦଟିକୁ ହଟାଇଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos