ଏ ଦିଲ୍‌ ହେ ମୁସ୍କିଲକୁ ଦେଖି ନାହାନ୍ତି ବଚ୍ଚନ ପରିବାର

amitabh1

ମୁମ୍ବାଇ: ‘ଏ ଦିଲ ହେ ମୁସ୍କିଲ’ ରିଲିଜକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ବଚ୍ଚନଙ୍କ ପରିବାରରେ ଅମିତାଭ ଓ ଜୟା ଏବେ ପର୍ଯ୍ୟନ୍ତ ମଧ୍ୟ ଫିଲ୍ମକୁ ଦେଖି ନାହାନ୍ତି। ଫିଲ୍ମକୁ ନ ଦେଖିବା ପଛର କାରଣ ହେଉଛି ରଣବୀରଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଇଣ୍ଟିମେଟ୍ ସିନ୍ ।

ଇଣ୍ଡଷ୍ଟ୍ରିର ଖବର ମୁତାବକ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ଫିଲ୍ମର ସ୍ପେଶାଲ ସ୍କ୍ରିନିଂରେ ମଧ୍ୟ ଜୟା ଓ ଅମିତାଭଙ୍କୁ ଦେଖିବାକୁ ମିଳିନଥିଲା। ପରେ ଐଶ ନିଜ ଘରେ କେବଳ ପରିବାର ସଦସ୍ୟଙ୍କ ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରିଥିଲେ ମଧ୍ୟ ଜୟା ଓ ଅମିତାଭ ଅନୁପସ୍ଥିତ ଥିଲେ।

Previous ArticleNext Article

Send this to a friend