୧୦ ବର୍ଷ ପରେ ଏକାଠି ହେବେ ସଲମାନ ଓ ପ୍ରିୟଙ୍କା

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ସଲମାନ ଓ ପ୍ରିୟଙ୍କା ପୁଣି ଏକାଠି ନଜର ଆସିବେ। ସଲମାନଙ୍କ ଅପ୍‌କମିଂ ଫିଲ୍ମ ‘ଭାରତ’ରେ ଦୁଇଜଣ ଆସିବେ ବୋଲି ଶୁଣିବାକୁ ମିଳିଛି। ପ୍ରିୟଙ୍କା ଦୁଇବର୍ଷ ହେଲା ବଲିଉଡରୁ ଗାୟବ ଅଛନ୍ତି। ସେ ଶେଷଥର ପାଇଁ ୨୦୧୬ରେ ଫିଲ୍ମ ‘ଜୟ ଗଙ୍ଗା ଜଲ’ରେ ନଜର ଆସିଥିଲେ। ପୁଣିଥରେ ହିନ୍ଦି ଫିଲ୍ମରେ ପ୍ରିୟଙ୍କାଙ୍କୁ ଦେଖି ପାରିବେ ତାଙ୍କ ଫ୍ୟାନସ୍। କୁହାଯାଉଛି ଯେ ‘ଭାରତ’ ପ୍ରିୟାଙ୍କ ପାଇଁ ବଲିଉଡକୁ କମବ୍ୟାକ୍‌ କରିବା ପାଇଁ ପରଫେକ୍ଟ […]

salman

salman

Rakesh Mallick
  • Published: Wednesday, 18 April 2018
  • Updated: 18 April 2018, 10:43 AM IST

Sports

Latest News

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ସଲମାନ ଓ ପ୍ରିୟଙ୍କା ପୁଣି ଏକାଠି ନଜର ଆସିବେ। ସଲମାନଙ୍କ ଅପ୍‌କମିଂ ଫିଲ୍ମ 'ଭାରତ'ରେ ଦୁଇଜଣ ଆସିବେ ବୋଲି ଶୁଣିବାକୁ ମିଳିଛି। ପ୍ରିୟଙ୍କା ଦୁଇବର୍ଷ ହେଲା ବଲିଉଡରୁ ଗାୟବ ଅଛନ୍ତି। ସେ ଶେଷଥର ପାଇଁ ୨୦୧୬ରେ ଫିଲ୍ମ 'ଜୟ ଗଙ୍ଗା ଜଲ'ରେ ନଜର ଆସିଥିଲେ। ପୁଣିଥରେ ହିନ୍ଦି ଫିଲ୍ମରେ ପ୍ରିୟଙ୍କାଙ୍କୁ ଦେଖି ପାରିବେ ତାଙ୍କ ଫ୍ୟାନସ୍। କୁହାଯାଉଛି ଯେ 'ଭାରତ' ପ୍ରିୟାଙ୍କ ପାଇଁ ବଲିଉଡକୁ କମବ୍ୟାକ୍‌ କରିବା ପାଇଁ ପରଫେକ୍ଟ ଫିଲ୍ମ। କାରଣ ସଲମାନଙ୍କ ଫିଲ୍ମକୁ ଲୋକେ ଅପେକ୍ଷା କରି ବସିଥାନ୍ତି। ସେ ଏକମାତ୍ର ଅଭିନେତା ଯାହାଙ୍କର ସର୍ବାଧିକ ଫିଲ୍ମ ବ୍ଲକବଷ୍ଟର ହୋଇଛି। ଆଶା କରାଯାଉଛି ଯେ 'ଭାରତ‌' ମଧ୍ୟ ବକ୍ସ ଅଫିସ୍‌ରେ ସେହିଭଳି କମାଲ୍ କରିବ। ଏହା ବ୍ୟତୀତ ସଲମାନ୍ ଓ ପ୍ରିୟଙ୍କାଙ୍କ ଜବରଦସ୍ତ ଯୋଡ଼ିକୁ ଆଗରୁ ବି ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି।

salmanପୂର୍ବରୁ ଏହି ଦୁଇଜଣ ୨୦୦୪ରେ ଆସିଥିବା ଫିଲ୍ମ 'ମୁଝସେ ଶାଦି କରୋଗି'ରେ ଏକାଠି ନଜର ଆସିଥିଲେ। ପରେ 'ସଲାମେ ଇସ୍କ' ଓ 'ଗଡ୍‌ ତୁସି ଗ୍ରେଟ୍‌ ହୋ'ରେ ଏକାଠି ଅଭିନୟ କରିଥିଲେ। ହେଲେ ଏହା ମଧ୍ୟରେ ୧୦ ବର୍ଷ ବିତି ଯାଇଛି। ଉଭୟଙ୍କୁ ଆଉ ଏକାଠି ଦେଖିବାକୁ ମିଳିନି।

salman'ଭାରତ'ର ନିର୍ଦ୍ଦେଶନା ଭାର ସମ୍ଭାଳିଛିନ୍ତି ନିର୍ଦ୍ଦେଶକ ଅଲି ଆବାସ୍ ଜାଫର। ସେ ପୂର୍ବରୁ ସଲମାନଙ୍କ ଫିଲ୍ମ 'ସୁଲତାନ୍‌' ଓ 'ଟାଇଗର ଜିନ୍ଦା ହେ'ର ନିର୍ଦ୍ଦେଶନା ଦେଇ ସାରିଛନ୍ତି। ପ୍ରିୟଙ୍କା ମଧ୍ୟ ଅଲି ଆବାସ୍‌ଙ୍କ ଜାଫର୍‌ଙ୍କ ନିର୍ଦ୍ଦେଶିତ 'ଗୁଣ୍ଡେ'ରେ କାମ କରିସାରିଛନ୍ତି।

salmanନିର୍ଦ୍ଦେଶକଙ୍କ ଅନୁଯାୟୀ ଫିଲ୍ମରେ ସଲମାନଙ୍କ କ୍ୟାରେକ୍ଟର ଯେତିକି ଗୁରୁତ୍ୱପୂର୍ଣ୍ଣ ପ୍ରିୟଙ୍କାଙ୍କ ରୋଲ୍ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। 'ଭାରତ' ଏକ ବହୁତ ବଡ଼ ପ୍ରୋଜେକ୍ଟ। ଏହା ୨୦୦୪ରେ ଆସିଥିବା କୋରିଆନ୍ ଫିଲ୍ମ 'ଓଡ୍ ଟୁ ମାଇ ଫାଦର'ର ହିନ୍ଦି ରିମେକ୍। ଏଥିରେ ଦୀର୍ଘ ୭୦ ବର୍ଷର ଇତିହାସ ଦେଖିବାକୁ ମିଳିବ। ଭାରତ ବିଭାଜନ ସମୟକୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। କୁହାଯାଉଛି ଯେ, ଫିଲ୍ମରେ ସଲମାନ୍‌ ୫ଟି ଲୁକ୍‌ରେ ନଜର ଆସିବେ। ଏଥିରେ ସଲମାନଙ୍କୁ ୧୯୮୯ରେ ଆସିଥିବା 'ମେନେ ପ୍ୟାର କିୟା' ଲୁକ୍‌ରେ ମଧ୍ୟ ସେ ନଜର ଆସିବେ। ଫିଲ୍ମଟିକୁ ୨୦୧୯ ଇଦ୍‌ରେ ରିଲିଜ କରାଯିବାକୁ ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos