ଅଭିଷେକ ଖୋଲିଲେ ରାଜ, ଏଥିପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ କରିନାହାନ୍ତି କୌଣସି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ରେ ପାଖାପାଖି  ଦୁଇ  ବର୍ଷପରେ  ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମ ‘ମନ୍‌ମର୍ଜିଆ’ରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଶେଷଥର ପାଇଁ ‘ହାଉସ୍‌ଫୁଲ୍‌-୩’ପରେ ସେ ଆଉ କୌଣସି ପିଲ୍ମ କରିନାହାନ୍ତି। ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଅଭିଷେକ କାହିଁକି ଏତେ ଦିନ ହେବ ଫିଲ୍ମରେ ଅଭିନୟ କରୁନାହାନ୍ତି। ତାଙ୍କୁ ଫିଲ୍ମରେ କାମ ମିଳୁନି ନା କିଛି ବ୍ୟକ୍ତିଗତ କାରଣ ରହିଛି। ଏମିତି ଅନେକ ପ୍ରଶ୍ନକୁ ନେଇ ତାଙ୍କ ଫ୍ୟାନ୍‌ମାନଙ୍କ ଭିତରେ ରହିଛି ଉତ୍କଣ୍ଠା। ତେବେ ଚାଲନ୍ତୁ ଜାଣିବା ଅଭିଷେକ […]

avishek

avishek

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 09:19 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ପାଖାପାଖି  ଦୁଇ  ବର୍ଷପରେ  ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମ ‘ମନ୍‌ମର୍ଜିଆ’ରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଶେଷଥର ପାଇଁ ‘ହାଉସ୍‌ଫୁଲ୍‌-୩’ପରେ ସେ ଆଉ କୌଣସି ପିଲ୍ମ କରିନାହାନ୍ତି। ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଅଭିଷେକ କାହିଁକି ଏତେ ଦିନ ହେବ ଫିଲ୍ମରେ ଅଭିନୟ କରୁନାହାନ୍ତି। ତାଙ୍କୁ ଫିଲ୍ମରେ କାମ ମିଳୁନି ନା କିଛି ବ୍ୟକ୍ତିଗତ କାରଣ ରହିଛି। ଏମିତି ଅନେକ ପ୍ରଶ୍ନକୁ ନେଇ ତାଙ୍କ ଫ୍ୟାନ୍‌ମାନଙ୍କ ଭିତରେ ରହିଛି ଉତ୍କଣ୍ଠା। ତେବେ ଚାଲନ୍ତୁ ଜାଣିବା ଅଭିଷେକ ମନର କଥା।

ଏକ ସାକ୍ଷତକାରରେ ଅଭିଷେକ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। କାହିଁକି ସେ ଏତେ ଦିନ ବ୍ରେକ୍‌ ନେଲେ? ତା ଛଡ଼ା ଏଥିରେ ଐଶ୍ୱର୍ଯ୍ୟାଙ୍କ ପ୍ରତିକ୍ରିୟା କେମିତି ଥିଲା? ସେ କହିଛନ୍ତି, ସେ ତାଙ୍କ କ୍ୟାରିୟରରେ କିଛି  ଭିନ୍ନ କରିବାକୁ ଚାହାନ୍ତି। ଆରମ୍ଭରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମର ପସନ୍ଦ ବା ସିଲେକ୍‌ସନ୍‌କୁ ସେ ଏବେ ବଦଳେଇବାକୁ ଚାହୁଁଛନ୍ତି। ସେ ନିଜ କ୍ୟାରିୟରରେ ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ଯାହାଦ୍ୱାରା ତାଙ୍କ କ୍ୟାରିୟରକୁ ଏକ ଦିଗ ମିଳି ପାରିବ। ଏଥିପାଇଁ ସେ ଅନେକ ଦିନ ଅପେକ୍ଷା କରିଛନ୍ତି। ଆଉ ତାଙ୍କ ପରିବାର ବି ତାଙ୍କୁ ପୂରା ସହଯୋଗ କରିଛନ୍ତି।

ଅଭିଷେକ୍‌ କହିଥିଲେ ଏହି ନିଷ୍ପତ୍ତିରେ ବାପା ଅମିତାଭ ବଚ୍ଚନ ତାଙ୍କୁ ସମର୍ଥନ କରିଛନ୍ତି। କାରଣ ଅମିତାଭ ବି ଦିନେ ତାଙ୍କ କ୍ୟାରିୟର ପାଇଁ ଏମିତି କିଛି ନିଷ୍ପତ୍ତି ନେଇଥିଲେ। ସେ ଭଲ ଫିଲ୍ମ ପାଇଁ ୫ ବର୍ଷ ଅପେକ୍ଷା କରିଥିଲେ। ସେଥିପାଇଁ ଅଭିଶେକଙ୍କ ଏ ନିଷ୍ପତ୍ତିରେ ଅମିତାଭଙ୍କ ସହ ଐଶ୍ୱର୍ଯ୍ୟା ବି ପୂରା ସପୋର୍ଟ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos