ରାଗିଗଲେ ଖିଲାଡ଼ି ଷ୍ଟାର: କହିଲେ ନେଇଯାଅ ପୁରସ୍କାର

akshay-kumar-rustom-1

ଜାତୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦୀୟ ହୋଇଥିବା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବେ ମୁହଁ ଖୋଲିଛନ୍ତି। ମୁମ୍ବାଇର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେ ପାଇଥିବା  ପୁରସ୍କାର ଉପରେ କାହିଁକି ଏତେ ଆଲୋଚନା ହେଉଛି ବୋଲି ପ୍ରଶ୍ନ ଉଠାଇଥିଲେ।  ୨୬ ବର୍ଷ ଚଳଚ୍ଚିତ୍ରରେ କାମ କରିବା ପରେ ତାଙ୍କୁ ଏହି ସମ୍ମାନଜନ୍ନକ ପୁରସ୍କାର ମିଳିଛି। ଯଦି ସେମିତି କାହାର କିଛି ଅସୁବିଧା ହେଉଛି ତେବେ ପୁରସ୍କାର ଫେରାଇ ନିଆଯାଉ ବୋଲି କହିଛନ୍ତି ଅକ୍ଷୟ।

ଚଳିତବର୍ଷ ଅକ୍ଷୟ କୁମାରଙ୍କୁ ରୁସ୍ତମ ଚଳଚ୍ଚିତ୍ର ପାଇଁ ବେଷ୍ଟ ଆକ୍ଟର ପୁରସ୍କାର ମିଳିଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା  ଏଥିପାଇଁ ଅକ୍ଷୟ ସୋସିଆଲ ମିଡ଼ିଆରେ ବିରୋଧର ସମ୍ମୁଖୀନ ହୋଇଥିଲେ । ଅମୀର ଖାନ୍‌ଙ୍କ  “ଦଙ୍ଗଲ” ଚଳଚ୍ଚିତ୍ର “ରୁସ୍ତମ” ଚଳଚ୍ଚିତ୍ରଠାରୁ ଅଧିକ ଦମଦାର ବୋଲି ସମାଲୋଚକମାନେ ମତ ରଖିଥିଲେ। ତେଣୁ ଅକ୍ଷୟଙ୍କ ବଦଳରେ ଅମୀର ଖାନ୍‌ଙ୍କୁ କାହିଁକି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ଅକ୍ଷକ୍ଷ ଖପ୍ପା ହୋଇଛନ୍ତି। ଏପରିକି ପୁରସ୍କାର ଫେରେଇ ନେବାକୁ କହିଛନ୍ତି ।

Previous ArticleNext Article

Send this to a friend