‘ନୀରଜା’ ସୋନମଙ୍କୁ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରିବ: ଅମୀର

ମୁମ୍ବାଇ: ‘ନୀରଜା’ ଜରିଆରେ ସୋନମ କାପୁର ନିଜକୁ ଜଣେ ଅଭିନେତ୍ରୀ ଭାବେ ବଲିଉଡ୍‌ରେ ପ୍ରତିଷ୍ଠିତ କରିପାରିବେ। ଏହି ଆଶା କରିଛନ୍ତି ସୁପରଷ୍ଟାର୍ ଅମୀର ଖାନ୍। ସୋନମଙ୍କ ଅପ୍ କମିଂ ଫିଲ୍ମ ‘ନୀରଜା’ର ସ୍କ୍ରିନିଂରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। ଅମୀର କହିଛନ୍ତି,‘ ସୋନମ ବଢ଼ିଆ କାମ କରିଛନ୍ତି। ଏହି ଫିଲ୍ମ ବଢ଼ିଆ ହୋଇଛି। ଏଇ ଫିଲ୍ମ ଜରିଆରେ ସୋନମ ନିଜକୁ ଜଣେ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରିପାରିବେ।’ ସେ କହିଛନ୍ତି,‘ନୀରଜାରେ ଶବାନା ଆଜମୀ (ସୋନମଙ୍କ […]

aamir

aamir

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 05:22 PM IST

Sports

Latest News

ମୁମ୍ବାଇ: ‘ନୀରଜା’ ଜରିଆରେ ସୋନମ କାପୁର ନିଜକୁ ଜଣେ ଅଭିନେତ୍ରୀ ଭାବେ ବଲିଉଡ୍‌ରେ ପ୍ରତିଷ୍ଠିତ କରିପାରିବେ। ଏହି ଆଶା କରିଛନ୍ତି ସୁପରଷ୍ଟାର୍ ଅମୀର ଖାନ୍। ସୋନମଙ୍କ ଅପ୍ କମିଂ ଫିଲ୍ମ ‘ନୀରଜା’ର ସ୍କ୍ରିନିଂରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି।

ଅମୀର କହିଛନ୍ତି,‘ ସୋନମ ବଢ଼ିଆ କାମ କରିଛନ୍ତି। ଏହି ଫିଲ୍ମ ବଢ଼ିଆ ହୋଇଛି। ଏଇ ଫିଲ୍ମ ଜରିଆରେ ସୋନମ ନିଜକୁ ଜଣେ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରିପାରିବେ।’

ସେ କହିଛନ୍ତି,‘ନୀରଜାରେ ଶବାନା ଆଜମୀ (ସୋନମଙ୍କ ମା’ଭୂମିକାରେ ଆସିଛନ୍ତି) ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି। ଏହି ଫିଲ୍ମ ଦେଖି ମୁଁ ଭାବପ୍ରବଣ ହୋଇଗଲି। ମୋ ଆଖିରୁ ଲୁହ ବୋହି ଆସିଲା। ଏହା ଏକ ସୁନ୍ଦର ଫିଲ୍ମ। ପୂରା ଟିମ୍‌କୁ ମୋର ଶୁଭେଚ୍ଛା।’

ଫେବ୍ରୁଆରୀ ୧୯ ତାରିଖରେ ‘ନୀରଜା’ ରିଲିଜ୍ ହେବ। କରାଚିରେ ହୋଇଥିବା ପାନ୍ ଆମେରିକା ଫ୍ଲାଇଟ୍ ୭୩ ଅପହରଣ ଉପରେ ଏହି ଫିଲ୍ମର କାହାଣୀ ପର୍ଯ୍ୟବସିତ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos