ଏମିତି ଥିଲା ଅଭିନେତ୍ରୀ ଅନିତା ଦାସଙ୍କ ୪୨ ବର୍ଷର ଫିଲ୍ମ କ୍ୟାରିୟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଲ୍‌ର ସେ ରିଅଲ୍ ମାଆ। କେତେବେଳେ ସେ ଦର୍ଶକଙ୍କୁ ଭାବପ୍ରବଣ କରାନ୍ତି ତ କେତେବେଳେ ଦର୍ଶକଙ୍କୁ ବାନ୍ଧି ରଖେ ଫିଲ୍ମ ହଲ୍‌ରେ। ମାଆ ଭଉଣୀ ଭାଉଜ ଅପା ସବୁ ଚରିତ୍ରକୁ ସେ କରିଦେଇ ପାରନ୍ତି ଜୀବନ୍ତ। ଦୀର୍ଘ ୪୨ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ ଓଡ଼ିଆ ଦର୍ଶକଙ୍କୁ ଦେଇଛନ୍ତି ଭରପୂର ମନୋରଂଜନ। ଓଡ଼ିଆ ଦର୍ଶକ ତାଙ୍କୁ ମାଆ ଚରିତ୍ରରେ ସବୁଠାରୁ ବେଶୀ ଭଲ ପାଇଥିଲେ ବି ପାଖାପାଖି ଦେଢ଼ଶହ ଫିଲ୍ମରେ ସେ […]

Anita image

Anita image

Ordigital Desk
  • Published: Friday, 11 May 2018
  • Updated: 11 May 2018, 06:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଲ୍‌ର ସେ ରିଅଲ୍ ମାଆ। କେତେବେଳେ ସେ ଦର୍ଶକଙ୍କୁ ଭାବପ୍ରବଣ କରାନ୍ତି ତ କେତେବେଳେ ଦର୍ଶକଙ୍କୁ ବାନ୍ଧି ରଖେ ଫିଲ୍ମ ହଲ୍‌ରେ। ମାଆ ଭଉଣୀ ଭାଉଜ ଅପା ସବୁ ଚରିତ୍ରକୁ ସେ କରିଦେଇ ପାରନ୍ତି ଜୀବନ୍ତ। ଦୀର୍ଘ ୪୨ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ ଓଡ଼ିଆ ଦର୍ଶକଙ୍କୁ ଦେଇଛନ୍ତି ଭରପୂର ମନୋରଂଜନ। ଓଡ଼ିଆ ଦର୍ଶକ ତାଙ୍କୁ ମାଆ ଚରିତ୍ରରେ ସବୁଠାରୁ ବେଶୀ ଭଲ ପାଇଥିଲେ ବି ପାଖାପାଖି ଦେଢ଼ଶହ ଫିଲ୍ମରେ ସେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଛନ୍ତି।

୧ ଅକ୍ଟୋବର ୧୯୫୧ ମସିହାରେ ତତ୍‌କାଳୀନ କଟକ ଜିଲ୍ଲା ଏବଂ ଏବେକାର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ରେ ଜନ୍ମଗ୍ରହଣ କରିଥିଲେ ଅନିତା ଦାସ। ଶୈଳାବାଳା ମହିଳା ମହାବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ପରେ କଟକ କଳାବିକାଶ କେନ୍ଦ୍ରରେ ସେ ନେଇଥିଲେ ବିଧିବଦ୍ଧ ଅଭିନୟ ତାଲିମ। ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଯାଯାବର’ ମାଧ୍ୟମରେ ଓଡ଼ିଆ ଫିଲ୍ମ ଦୁନିଆରେ ଅଭିନୟ ଆରମ୍ଭ କରିଥିଲେ ଅନିତା। ଏହାପରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା।

ସେହିପରି ତାଙ୍କୁ ଦେଖିବାକୁ ମିଳିଥିଲା ଲୋକପ୍ରିୟ ଫିଲ୍ମ ‘ତପସ୍ୟା’ରେ। ଏଥିରେ ତାଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା। ‘ଭକ୍ତ ସାଲବେଗ’, ‘ଏଇତ ଦୁନିଆ’ ପିଲ୍ମ ପାଇଁ ଅନିତା ଦାସଙ୍କୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି ଅନିତା ଦାସ। ତାଙ୍କ ଅଭିନୀତ ପ୍ରମୁଖ ଫିଲ୍ମ ଗୁଡ଼ିକ ହେଲା- ‘ପୁଅ ମୋର କଳାଠାକୁର’, ‘କି ହେବ ଶୁଆ ପୋଷିଲେ’, ‘ମା ଓ ମମତା’, ‘କୃଷ୍ଣ ସୁଦାମା’, ବନ୍ଧୁ ମହାନ୍ତି, ନାଗଫାଶ, ତଅପୋଇ, ଶଙ୍ଖ ମହୁରୀ, ସଉତୁଣୀ, ସମର ସଲିମ ସାଇମନ, ମଥୁରା ବିଜୟ, ଅଲିଭା ଦାଗ, ତପସ୍ୟା, ରାମ ବଳରାମ, ଅ‍କ୍ଷି ତୃତୀୟା, ସ୍ୱପ୍ନ ସାଗର, ଅଗ୍ନି ପରୀକ୍ଷା, ଲକ୍ଷ୍ମୀ ପ୍ରତିମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos