ଆମେରିକାରେ ଚମକୁଛନ୍ତି ଓଡ଼ିଆ ପୁଅ ଅନୁପମ୍‌ : ଏଥର “ହଲିଗଲା ଆମେରିକା”ରେ ପତ୍ନୀ ସହ ରୋମାନ୍ସ, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଦେଶ ମାଟିରେ ଦେଶୀ ସଙ୍ଗର କ୍ରେଜ୍&zwnj;। ଆମେରିକାରେ ଚମକୁଛନ୍ତି ଓଡ଼ିଆ କଳାକାର ଅନୁପମ୍&zwnj; ନାୟକ। ପ୍ରଥମେ ଜାଈଫୁଲ ଗୀତକୁ ଭିନ୍ନ ଶୈଳୀରେ ପରିବେଶଣ କରି ଚର୍ଚ୍ଚାକୁ ଆସିଥିବା ଅନୁପମ ପୁଣି ଏକ ନୂଆ ଟ୍ରାକ୍&zwnj;ରେ ଜବରଦସ୍ତ ଅଭିନୟ କରିଛନ୍ତି। ହେଲେ ଏଥରର ଗୀତ କପି ନୁହଁ। ସମ୍ପୂର୍ଣ୍ଣ ନୂଆ। ସେ ନିଜେ ତିଆରି କରିଥିବା ଆଲବମ୍&zwnj;ରେ ସେ ଅଭିନୟ କରିଛନ୍ତି। ଆଉ ସାଥ୍&zwnj; ଦେଇଛନ୍ତି ନିଜ ପତ୍ନୀ ଅମ୍ରିତା।&nbsp; ଏହି ନୂଆ ଆଲବମଟି ହେଉଛି &lsquo;ହଲିଯାଏ ଆମେରିକା&rsquo;। &nbsp;ଆଲବମଟି ଆମେରିକାର ବୋଷ୍ଟନ ସହରରେ ସୁଟିଂ ହୋଇଛି।</p> <p>ଗୀତଟିକୁ ଅରୁଣମନ୍ତ୍ରୀ ଲେଖିଥିବା ବେଳେ ସଂଗ୍ରାମ କଣ୍ଠ ଦାନ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ। ନିଜେ ଅନୁପମ ଏଥିରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଥିବା ବେଳେ ସହକାରୀ ନିର୍ଦ୍ଦେଶକ ଭାବେ ସାନନ୍ଦଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। &nbsp;ଏହି ମ୍ୟୁଜିକ୍&zwnj; ଭିଡିଓଟି ୟୁ-ଟ୍ୟୁବ୍&zwnj;ରେ ଅପଲୋଡ଼ ହୋଇଥିବା ବେଳେ ଦର୍ଶକଙ୍କ ବେଶ ଆଦୃତି ହୋଇପାରୁଛି। ପୂର୍ବରୁ ଆମେରିକାରେ ଅନୁପମ ଜୁମ୍ୱୋ ଡ୍ୟାନ୍ସରେ ସମ୍ୱଲପୁରୀ ଟ୍ରାକ୍ ଜାଇଫୁଲ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସିଂ କୋରିଓଗ୍ରାଫ୍&zwnj;ର ଜଣାଶୁଣା ଅନୁପମ୍ &nbsp;ଓଡ଼ିଶାରେ ଆଗରୁ ବେଶ ନାଁ କମାଇଛନ୍ତି।</p>

Ordigital Desk
  • Published: Sunday, 20 August 2017
  • Updated: 20 August 2017, 10:11 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଦେଶ ମାଟିରେ ଦେଶୀ ସଙ୍ଗର କ୍ରେଜ୍&zwnj;। ଆମେରିକାରେ ଚମକୁଛନ୍ତି ଓଡ଼ିଆ କଳାକାର ଅନୁପମ୍&zwnj; ନାୟକ। ପ୍ରଥମେ ଜାଈଫୁଲ ଗୀତକୁ ଭିନ୍ନ ଶୈଳୀରେ ପରିବେଶଣ କରି ଚର୍ଚ୍ଚାକୁ ଆସିଥିବା ଅନୁପମ ପୁଣି ଏକ ନୂଆ ଟ୍ରାକ୍&zwnj;ରେ ଜବରଦସ୍ତ ଅଭିନୟ କରିଛନ୍ତି। ହେଲେ ଏଥରର ଗୀତ କପି ନୁହଁ। ସମ୍ପୂର୍ଣ୍ଣ ନୂଆ। ସେ ନିଜେ ତିଆରି କରିଥିବା ଆଲବମ୍&zwnj;ରେ ସେ ଅଭିନୟ କରିଛନ୍ତି। ଆଉ ସାଥ୍&zwnj; ଦେଇଛନ୍ତି ନିଜ ପତ୍ନୀ ଅମ୍ରିତା।&nbsp; ଏହି ନୂଆ ଆଲବମଟି ହେଉଛି &lsquo;ହଲିଯାଏ ଆମେରିକା&rsquo;। &nbsp;ଆଲବମଟି ଆମେରିକାର ବୋଷ୍ଟନ ସହରରେ ସୁଟିଂ ହୋଇଛି।</p><p>ଗୀତଟିକୁ ଅରୁଣମନ୍ତ୍ରୀ ଲେଖିଥିବା ବେଳେ ସଂଗ୍ରାମ କଣ୍ଠ ଦାନ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ। ନିଜେ ଅନୁପମ ଏଥିରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଥିବା ବେଳେ ସହକାରୀ ନିର୍ଦ୍ଦେଶକ ଭାବେ ସାନନ୍ଦଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। &nbsp;ଏହି ମ୍ୟୁଜିକ୍&zwnj; ଭିଡିଓଟି ୟୁ-ଟ୍ୟୁବ୍&zwnj;ରେ ଅପଲୋଡ଼ ହୋଇଥିବା ବେଳେ ଦର୍ଶକଙ୍କ ବେଶ ଆଦୃତି ହୋଇପାରୁଛି। ପୂର୍ବରୁ ଆମେରିକାରେ ଅନୁପମ ଜୁମ୍ୱୋ ଡ୍ୟାନ୍ସରେ ସମ୍ୱଲପୁରୀ ଟ୍ରାକ୍ ଜାଇଫୁଲ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଡ୍ୟାନ୍ସିଂ କୋରିଓଗ୍ରାଫ୍&zwnj;ର ଜଣାଶୁଣା ଅନୁପମ୍ &nbsp;ଓଡ଼ିଶାରେ ଆଗରୁ ବେଶ ନାଁ କମାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos