୨୦ ବର୍ଷର ବୈବାହିକ ସମ୍ପର୍କରେ ପଡିବ ପୂର୍ଣ୍ଣଚ୍ଛେଦ

ମୁମ୍ୱାଇ: ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀ ମେହେର ୨୦ ବର୍ଷ ଧରି ଏକାଠି ରହିବା ପରେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଜଣଙ୍କ ସଂପର୍କ ମଧ୍ୟରେ ତିକ୍ତତା ଆସିବାର କାରଣ ହ୍ରିତିକ ରୋଶନଙ୍କ ଏକ୍ସ-ୱାଇଫ୍‌ ସୁଜେନ ଖାନ ବୋଲି କୁହାଯାଉଛି। ଖବର ଅନୁସାରେ ଅର୍ଜୁନ ଏବଂ ମେହେର ‌ଏବେ ଅଲଗା ରହୁଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଅର୍ଜୁନ ଏବଂ ମେହେର ବୈବାହିକ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି […]

bahaghara

bahaghara

Rakesh Mallick
  • Published: Monday, 28 May 2018
  • Updated: 28 May 2018, 04:45 PM IST

Sports

Latest News

ମୁମ୍ୱାଇ: ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପତ୍ନୀ ମେହେର ୨୦ ବର୍ଷ ଧରି ଏକାଠି ରହିବା ପରେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଜଣଙ୍କ ସଂପର୍କ ମଧ୍ୟରେ ତିକ୍ତତା ଆସିବାର କାରଣ ହ୍ରିତିକ ରୋଶନଙ୍କ ଏକ୍ସ-ୱାଇଫ୍‌ ସୁଜେନ ଖାନ ବୋଲି କୁହାଯାଉଛି। ଖବର ଅନୁସାରେ ଅର୍ଜୁନ ଏବଂ ମେହେର ‌ଏବେ ଅଲଗା ରହୁଛନ୍ତି।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଅର୍ଜୁନ ଏବଂ ମେହେର ବୈବାହିକ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦ ବର୍ଷର ସଂପର୍କକୁ ଶେଷ କରିବାର ସମୟ ଆସିଯାଇଛି।  ଆମ ଭିତରେ ବନ୍ଧୁତା ସେପରି ରହିବ। ଆବଶ୍ୟକତା ପଡିଲେ ଉଭୟଙ୍କୁ ସହଯୋଗ କରିବୁ ବୋଲି କହି ବିବାହ ଭାଙ୍ଗିବାର ନିଷ୍ପତ୍ତି ଦୁହେଁ ଶୁଣାଇଛନ୍ତି।

ଖବର ଅନୁସାରେ ଅର୍ଜୁନ, ସୁଜେନ ଓ ମେହେର ପୂର୍ବରୁ ଭଲ ସାଙ୍ଗ ଥିଲେ। କୁହାଯାଉଛି ଯେ, ପରବର୍ତ୍ତୀ ସମୟରେ ଅର୍ଜୁନ ଓ ସୁଜେନଙ୍କ ମଧ୍ୟରେ ସଂପର୍କ ବଢିଥିଲା, ଯେଉଁ କାରଣରୁ ଅର୍ଜୁନ ଓ ମେହେରଙ୍କ ମଧ୍ୟରେ ତିକ୍ତତା ଆସିଥିଲା।  ଅର୍ଜୁନ ଓ ମେହେର ୧୯୯୮ରେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos