ବିପାଶାଙ୍କ ଘରେ ପୁଣି ବାଜିବ ସାହାନାଇ

ମୁମ୍ବାଇ: ବିପାଶାଙ୍କ ଘରେ ପୁଣି ଥରେ ସହାନାଇ ବାଜିବ, ବାଣ ଫୁଟିବ ଓ ବେଦି ସଜାହେବ। କାରଣ ଜାଣିଛନ୍ତି, ଏଥର ବିପାଶାଙ୍କ ଦିଅର ବାହା ହେଉଛନ୍ତି। ଆଜ୍ଞା ହଁ, କରଣ ସିଂ ଗ୍ରୋଭରଙ୍କ ପରି ଭାଇ ଜସକରଣ ବିବାହ କରୁଛନ୍ତି। ଭାଇ କରଣ ସିଂ ଗ୍ରୋଭରଙ୍କ ପରି ସେ କରିବେ ଦ୍ୱିତୀୟ ବିବାହ, ସେ ପୁଣି ଭାଉଜ ବିପାଶାଙ୍କ ପରି ଜଣେ ହିରୋଇନ୍‌ଙ୍କୁ। ଆପଣ ହୁଏତ ଜାଣିନଥିବେ କରଣ ସିଂ ଗ୍ରୋଭରଙ୍କ ମାଉସୀ ପୁଅ ଭାଇ ହେଉଛନ୍ତି […]

bipasa img

bipasa img

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 05:49 PM IST

Sports

Latest News

ମୁମ୍ବାଇ: ବିପାଶାଙ୍କ ଘରେ ପୁଣି ଥରେ ସହାନାଇ ବାଜିବ, ବାଣ ଫୁଟିବ ଓ ବେଦି ସଜାହେବ। କାରଣ ଜାଣିଛନ୍ତି, ଏଥର ବିପାଶାଙ୍କ ଦିଅର ବାହା ହେଉଛନ୍ତି। ଆଜ୍ଞା ହଁ, କରଣ ସିଂ ଗ୍ରୋଭରଙ୍କ ପରି ଭାଇ ଜସକରଣ ବିବାହ କରୁଛନ୍ତି। ଭାଇ କରଣ ସିଂ ଗ୍ରୋଭରଙ୍କ ପରି ସେ କରିବେ ଦ୍ୱିତୀୟ ବିବାହ, ସେ ପୁଣି ଭାଉଜ ବିପାଶାଙ୍କ ପରି ଜଣେ ହିରୋଇନ୍‌ଙ୍କୁ। ଆପଣ ହୁଏତ ଜାଣିନଥିବେ କରଣ ସିଂ ଗ୍ରୋଭରଙ୍କ ମାଉସୀ ପୁଅ ଭାଇ ହେଉଛନ୍ତି ଜସକରଣ ସିଂ। ଖୁବ୍‌ ଶୀଘ୍ର ତାଙ୍କର ଦ୍ୱିତୀୟ ବିବାହ ହେବାକୁ ଯାଉଛି। 'ଲାଇଫ୍‌ ଓକେ'ରେ ପ୍ରସାରିତ ଟିଭି ସୋ 'ଗୁଲାମ' ଫେମ୍‌ 'ରିଦ୍ଧିମା ତିୱାରି'ଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ ଜସକରଣ ଓ ରିଦ୍ଧିମା ପ୍ରଥମ ଥର ଟିଭି ସିରିଏଲ୍‌ 'ଦୋ ଦିଲ୍ଲ ଏକ ଜାନ୍' ସେଟ୍‌ରେ ଭେଟ ହୋଇଥିଲେ। ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହେଲା ପରେ ଏହି ବନ୍ଧୁତା ପ୍ରେମର ରୂପ ନେଲା। ରିଦ୍ଧିମା ଓ ଜସକରଣ ଉଭୟ ଦ୍ୱିତୀୟ ବିବାହ କରିବାକୁ ଯାଇଛନ୍ତି। ଦୁହେଁ ନିଜ ସାଥୀଙ୍କ ଠାରୁ ଛାଡପତ୍ର ନେଇଛନ୍ତି। ରିଦ୍ଧିମା ଗତ ବର୍ଷ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିବା ବେଳେ ଜସକରଣ କିଛି ମାସ ହେବ ପତ୍ନୀଙ୍କଠୁ ଛାଡପତ୍ର ନେଇଛନ୍ତି।

ରିଦ୍ଧିମା ଓ ଜସକରଣଙ୍କ ବୋଲ୍ଡ ଫଟୋ ପ୍ରାୟତଃ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos