କାଓ ବୟ ବିଶାଲଙ୍କୁ Super Dancer-2 ମୁକୁଟ

ମୁମ୍ବାଇ: ଡ୍ୟାନ୍ସ ରିୟଲିଟି ଶୋ’ ସୁପର ଡ୍ୟାନ୍ସର-୨ର ଫିନାଲେ ଗତକାଲି ରାତିରେ ପ୍ରସାରିତ ହୋଇଛି। ଆଉ ଆମ ଭାରତକୁ ମିଳିଛି, ଦ୍ୱିତୀୟ ସୁପର ଡ୍ୟାନ୍ସର। ସୋନି ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ରିୟଲିଟି ଶୋ’ରେ ଶେଷ ରାଉଣ୍ଡରେ ୪ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ସେମାନେ ହେଲେ ରିତିକ୍ ଦିବାକର, ବୈଷ୍ଣବୀ ପ୍ରଜାପତି, ଆକାଶ ଥପ୍ପା ଓ ବିଶାଲ ଶର୍ମା। ସମସ୍ତଙ୍କୁ ପଛରେ ପକାଇ ବାଜିମାତ୍‌ କରି ବିଜୟ ମୁକୁଟ ହାସଲ କରିଛନ୍ତି କାଓ ବୟ ଭାବେ ଜଣାଶୁଣା […]

SD2

SD2

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 03:04 PM IST

Sports

Latest News

ମୁମ୍ବାଇ: ଡ୍ୟାନ୍ସ ରିୟଲିଟି ଶୋ’ ସୁପର ଡ୍ୟାନ୍ସର-୨ର ଫିନାଲେ ଗତକାଲି ରାତିରେ ପ୍ରସାରିତ ହୋଇଛି। ଆଉ ଆମ ଭାରତକୁ ମିଳିଛି, ଦ୍ୱିତୀୟ ସୁପର ଡ୍ୟାନ୍ସର। ସୋନି ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ରିୟଲିଟି ଶୋ’ରେ ଶେଷ ରାଉଣ୍ଡରେ ୪ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ସେମାନେ ହେଲେ ରିତିକ୍ ଦିବାକର, ବୈଷ୍ଣବୀ ପ୍ରଜାପତି, ଆକାଶ ଥପ୍ପା ଓ ବିଶାଲ ଶର୍ମା। ସମସ୍ତଙ୍କୁ ପଛରେ ପକାଇ ବାଜିମାତ୍‌ କରି ବିଜୟ ମୁକୁଟ ହାସଲ କରିଛନ୍ତି କାଓ ବୟ ଭାବେ ଜଣାଶୁଣା ୧୨ ବର୍ଷୀୟ ବିଶାଲ ଶର୍ମା।

ବିଶାଲ ଆସମର ବାସିନ୍ଦା। ବିଶାଲ ନିଜ ଡାନ୍ସ, ଏକ୍ସପ୍ରେସନ ଓ ଚଞ୍ଚଳ ସ୍ୱଭାବ ଯୋଗୁଁ ପୂରା ଦେଶ ଓ ଜଜ୍‌ମାନଙ୍କର ମନ କିଣି ପରିଚନ୍ତି। ବିଶାଲଙ୍କ ପୁରସ୍କାର ଆକାରରେ ଏକ ଟ୍ରଫି ଓ ୧୫ ଲକ୍ଷ ଟଙ୍କାର ଚେକ୍‌ ଦିଆଯାଇଛି।

ଶୋ’ର ଫିନାଲେରେ ବରୁଣ ଧୱନ ସାମିଲ ହୋଇଥିଲେ। ବିଶାଲଙ୍କୁ ପରଫର୍ମ ଦେଖିଲା ପରେ ବରୁଣ ଭି ଦର୍ଶକଙ୍କୁ ଭୋଟ୍‌ କରିବାକୁ ଅନୁରୋଧ କରିଥିଲେ। ବରୁଣ ବିଶାଲଙ୍କ ମାଆଙ୍କୁ ଶାଢ଼ୀ ଉପହାର ଦେଇଥିଲେ। ବରୁଣ ଶୋ’ର ଜଜ୍‌ ଶିଳ୍ପାଙ୍କ ସହ ପରଫର୍ମ କରିଥିଲେ।

ଗୋଆଲା ପୁଅର କରୁଣ କାହାଣୀ

କୁହାଯାଏ, ନିଷ୍ଠା ଅଧ୍ୟବସାୟ ମଣିଷକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ। ଆଉ ବାସ୍ତବରେ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ବିଶାଲ। ସେ ଏକ ଛୋଟ ଗାଁର ବାସିନ୍ଦା। ତାଙ୍କ ବାପା ଜଣେ ଖୀର ବେପାରୀ। ପରିବାର ପେଟ ପୋଷିବା ପାଇଁ ଏହା ଏକ ମାତ୍ର ମାଧ୍ୟମ। ଅଭାବ ଅନଟନ ଭିତରେ ବି ପରିବାର ଲୋକ ବିଶାଲଙ୍କ ସ୍ୱପ୍ନକୁ କେବେ ମାରିନାହାନ୍ତି। ଏପରିକି Super dancer-1 ପାଇଁ ବିଶାଲ ଅଡିସେନ ଦେବାକୁ ଆସିଥିବା ବେଳେ ତାଙ୍କ ବାପା ଗାଈ ବିକ୍ରି କରି ଦେଇଥିଲେ। ଏହାପରେ ପରିବାର ଭରଣପୋଷଣ ପାଇ ପର ଘରେ ଗାଈ ଦୁହିଁ କ୍ଷୀର ଆଣି ବିକ୍ରି କରୁଥିଲେ। କହିବାକୁ ଗଲେ ପରିବାର ଚଳାବା ତାଙ୍କ ପକ୍ଷେ ଯେମିତି ଅସମ୍ଭବ ହୋଇଯାଇଥିଲା। ତଥାପି ସେ ହାର ମାନି ନଥିଲ ଓ ବିଶାଲର ସ୍ୱପ୍ନ ପୂରଣ କରିବାକୁ ଦିନରାତି ଏକ କରିଦେଇଥିଲେ।

Super dancer-1ରେ  ବିଫଳ ହୋଇ ଫେରିବା ବେଳେ ଜଜ୍‌ମାନେ ବିଶାଲଙ୍କୁ ଦେଇଥିବା ପରାମର୍ଶକୁ ସେ ହୃଦୟର ସହ ଗ୍ରହଣ କରିଥିଲେ ଓ Super dancer-2 ପାଇଁ ପ୍ରସ୍ତୁତି ଜୋରଦାର କରି ଦେଇଥିଲେ। ଯାହାର ଫଳ ଆଜି ତାଙ୍କୁ ମିଳିଛି। Super dancer-2 ଚାଲିଥିବା ବେଳେ ଯେତେବେଳେ ଗାଈ ବିକ୍ରି କଥା ଜଣା ପଡିଥିଲା, ସେତେବେଳେ ଜଜ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତିକି ଶିଳ୍ପାସେଠୀ ଓ ଗୀତା ମାଆଙ୍କ ଆଖରେ ଲୁହ ଆସି ଯାଇଥିଲା। ଏହି ଗାଈଗୁଡିକ ବିଶାଲଙ୍କର ଅତି ପ୍ରିୟ ଥିଲେ। ସେମାନଙ୍କ ନାଁ ସେ ବଲିଉଡ ହିରୋଇନ ଦୀପିକା, କରୀନା, କାଟ୍ରିନା ଆଦି ରଖିଥିଲେ। ପରେ ସୋନି ଟିଭି ତରଫରୁ ବିକ୍ରି ହୋଇଥିବା ଗାଈଙ୍କୁ ପୁଣି କିଣାଯାଇ ବିଶାଲଙ୍କ ବାପାଙ୍କୁ ଦିଆଯାଇଥିଲା।

Bishalଛି, ଛାକର କରୁଥିବା ପଡ଼ୋଶୀ ଜପୁଛନ୍ତି ବିଶାଲଙ୍କ ନାଁ

ଦିନ ଥିଲା, ଯେତେବେଳେ ବିଶାଲ ରାସ୍ତା ଉପରେ ନାଚୁଥିଲେ କି କୌଣସି ଡ୍ୟାନ୍ସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ପଡ଼ୋଶୀ ବହୁତ ଛି ଛାକର କରୁଥିଲେ। ନାଚ ବନ୍ଦ କରି ପିଲାକୁ ପାଠ ପଢ଼ାଇବାକୁ ତାଙ୍କ ବାପାଙ୍କୁ ପରାମର୍ଶ ଦେଉଥିଲେ। ନାଚରେ ଭବିଷ୍ୟତ ଗଠନ ହେବ ନାହିଁ କି ଚୂଲା ଜଳିବ ନାହିଁ ବୋଲି ମଧ୍ୟ କଟାକ୍ଷ କରୁଥିଲେ। ହେଲେ ଆଜି ନିଜ ପ୍ରତିଭା ବଳରେ ସବୁ ପଡ଼ୋଶୀଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ବିଶାଲ। ଯେଉଁମାନେ ଦିନେ ଛି, ଛାକର କରୁଥିଲେ ଆଜି ବିଶାଲଙ୍କ ନାମ ଜପ କରୁଛନ୍ତି।

Bishalଏମିତି ପାଇଲେ ପ୍ରାଇଜ୍‌ମନି

ବିଶାଲଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରାଇଜ୍‌ ମନି ମିଳିଥିଲା। ଏହାସହ ଏକ ଡାଇମଣ୍ଡ ସେଟ୍‌ ଓ ତାଙ୍କ ମାଆଙ୍କ ପାଇଁ ମଧ୍ୟ ଏକ ଡାଇମଣ୍ଡ ସେଟ୍‌ ଦିଆଗଲା। ବିଶାଲଙ୍କ ମେଣ୍ଟର ବୈଭବଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମିଳିଥିଲା। ଅନ୍ୟ ପ୍ରତିଯୋଗୀଙ୍କୁ ସୋନି ଟିଭି ତରଫରୁ ପ୍ରମାଣପତ୍ର ଓ ପତଞ୍ଜଲି ତରଫରୁ ଉପହାର ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos