ବୁଲି ବୁଲି ବ୍ୟାକ୍‌ କଲେ ବବି: ଜାଣନ୍ତୁ କିଏ ଦେଲା ଅଫର

ମୁମ୍ବାଇ: ବଲିଉଡ୍‌ରେ କଳାକାରମାନଙ୍କର ଉତ୍‌ଥାନ ପତନ ଲାଗିରହିଥାଏ। କାହାକୁ ଗଦାଗଦା ଅଫର ମିଳିଥାଏ ତ’ ଆଉ କାହାକୁ ଖୁବ୍‌ କମ୍। ସବୁଠୁ ଅଳ୍ପ ଅଫର ମିଳୁଥିବା ତାଲିକାରେ ଅଛନ୍ତି  ବବି ଦେୱଲ। କାରଣ ତାଙ୍କ ସମସାମୟିକ ଷ୍ଟାର ତଥା ସଲମାନ୍‌ ଖାନ୍, ଅକ୍ଷୟ କୁମାର ଭଳି ଷ୍ଟାରମାନେ ଏବେ ଫିଲ୍ମ ମଇଦାନରେ ରାଜ୍‌ କରୁଛନ୍ତି। ନିଜ ସମୟରେ ଷ୍ଟାର ଥିବା ବବି କିଛି ବିର୍ଷ ହେବ ଅଭିନୟ ଦୁନିଆରୁ ଯେମିତି ଦୂରେଇ ଯାଇଥିଲେ।  ତା’ପରେ  ତାଙ୍କୁ କିଛି […]

boby

boby

Rakesh Mallick
  • Published: Monday, 21 May 2018
  • Updated: 21 May 2018, 04:42 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ କଳାକାରମାନଙ୍କର ଉତ୍‌ଥାନ ପତନ ଲାଗିରହିଥାଏ। କାହାକୁ ଗଦାଗଦା ଅଫର ମିଳିଥାଏ ତ’ ଆଉ କାହାକୁ ଖୁବ୍‌ କମ୍। ସବୁଠୁ ଅଳ୍ପ ଅଫର ମିଳୁଥିବା ତାଲିକାରେ ଅଛନ୍ତି  ବବି ଦେୱଲ। କାରଣ ତାଙ୍କ ସମସାମୟିକ ଷ୍ଟାର ତଥା ସଲମାନ୍‌ ଖାନ୍, ଅକ୍ଷୟ କୁମାର ଭଳି ଷ୍ଟାରମାନେ ଏବେ ଫିଲ୍ମ ମଇଦାନରେ ରାଜ୍‌ କରୁଛନ୍ତି। ନିଜ ସମୟରେ ଷ୍ଟାର ଥିବା ବବି କିଛି ବିର୍ଷ ହେବ ଅଭିନୟ ଦୁନିଆରୁ ଯେମିତି ଦୂରେଇ ଯାଇଥିଲେ।  ତା’ପରେ  ତାଙ୍କୁ କିଛି ଫିଲ୍ମରେ ଅଫର ମିଳୁ ନ ଥିଲା। ସେ କେବଳ ନିଜ ହୋମ୍‌ ପ୍ରଡକ୍ସନ୍‌ରେ ଅଭିନୟ କରୁଥିଲେ।

କିନ୍ତୁ ବହୁ  ଦିନ ପରେ ସେ ସଲମାନ ଖାନ୍‌ଙ୍କ ସହ  ରେସ୍‌ -୩ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ରେସ୍‌-୩ରେ ତାଙ୍କର ଜବରଦସ୍ତ ଅନ୍ଦାଜ୍‌ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଆଉ ଏହାର ସଂପୂର୍ଣ୍ଣ ଶ୍ରେୟ ସଲମାନ୍‌ଙ୍କୁ ଯାଉଛି । କାରଣ ଏହି ସୁଯୋଗ ବବିଙ୍କୁ ସଲମାନ ହିଁ ଦେଇଛନ୍ତି। ରିପୋର୍ଟ ମୁତାବକ ସଲମାନ ଖାନ୍‌ ନିଜ ଫିଲ୍ମ ‘ଦବଙ୍ଗ -୩’ ପରେ ଏକ ଫିଲ୍ମର  ପ୍ରଯୋଜନା ଭାର ସମ୍ଭାଳିବାକୁ ଯାଉଛନ୍ତି। ଆଉ ସେଥିରେ ବବି ଲିଡ୍‌ ଚରିତ୍ରରେ ଅଭିନୟ କରିବେ। ଫିଲ୍ମରେ ନାଚଗୀତ ସହ ଜବରଦସ୍ତ ଫାଇଟ୍‌ ମଧ୍ୟ ରହିବ। ଫିଲ୍ମର ଟାଇଟଲ୍‌ କିମ୍ବା ଅନ୍ୟ ଷ୍ଟାରକାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos