ଏହି ବଲିଉଡ୍ ଅଭିନେତା ଚନ୍ଦ୍ରରେ କିଣିଲେ ଜମି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍ ଓ ଆମୀର୍‌ ଖାନ୍‌ଙ୍କୁ ପଛରେ ପକାଇ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଚନ୍ଦ୍ରରେ ଜାଗା କିଣିଛନ୍ତି। ଆମେ ଥଟ୍ଟା ମଜା କରୁନାହୁଁ। ଏହା ସମ୍ପୂର୍ଣ୍ଣ ସତ। ସୁଶାନ୍ତ ଏହି ପ୍ଲଟ୍ ‘ସି ଅଫ୍ ମସ୍କୋବି’ରେ କିଣିଛନ୍ତି। ସୁଶାନ୍ତ ଏହି ଜମିଟିକୁ ଇଣ୍ଟରନ୍ୟାସନାଲ ଲୁନର ଲ୍ୟାଣ୍ଡସ୍‌ ରେଜିଷ୍ଟ୍ରିରୁ କିଣିଛନ୍ତି। ସେ ଜୁନ୍‌ ୨୫ ତାରିଖ ଦିନ ଏହି ଜମିକୁ ନିଜ ନାଁରେ କରିଛନ୍ତି। ଚନ୍ଦ୍ରପୃଷ୍ଠର ଯେଉଁ ଅଂଶରେ ସେ ଜମି କିଣିଛନ୍ତି […]

kkkk

kkkk

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 02:41 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍ ଓ ଆମୀର୍‌ ଖାନ୍‌ଙ୍କୁ ପଛରେ ପକାଇ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଚନ୍ଦ୍ରରେ ଜାଗା କିଣିଛନ୍ତି। ଆମେ ଥଟ୍ଟା ମଜା କରୁନାହୁଁ। ଏହା ସମ୍ପୂର୍ଣ୍ଣ ସତ। ସୁଶାନ୍ତ ଏହି ପ୍ଲଟ୍ 'ସି ଅଫ୍ ମସ୍କୋବି'ରେ କିଣିଛନ୍ତି।

ସୁଶାନ୍ତ ଏହି ଜମିଟିକୁ ଇଣ୍ଟରନ୍ୟାସନାଲ ଲୁନର ଲ୍ୟାଣ୍ଡସ୍‌ ରେଜିଷ୍ଟ୍ରିରୁ କିଣିଛନ୍ତି। ସେ ଜୁନ୍‌ ୨୫ ତାରିଖ ଦିନ ଏହି ଜମିକୁ ନିଜ ନାଁରେ କରିଛନ୍ତି। ଚନ୍ଦ୍ରପୃଷ୍ଠର ଯେଉଁ ଅଂଶରେ ସେ ଜମି କିଣିଛନ୍ତି ତାହା ପୁଥିବୀରୁ ଦେଖାଯାଏ ନାହିଁ। ସୁଶାନ୍ତ ପୂର୍ବରୁ ଟେଲିସ୍କେପ୍ Meade 14" LX600କୁ ନିଜ ନାଁରେ କରିସାରିଛନ୍ତି। ଅନେକ ଲୋକ ଏହାକୁ ସୁଶାନ୍ତଙ୍କର ପବ୍ଲିସିଟି ସ୍ଟଣ୍ଟ ବୋଲି କହୁଛନ୍ତି। କାରଣ ସୁଶାନ୍ତଙ୍କର ଫିଲ୍ମ 'ଚନ୍ଦା ମାମା ଦୂର୍ କେ' ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି। ଏହି ଫିଲ୍ମଟି ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ତିଆରି ହୋଇଛି।

ସୁଶାନ୍ତ ପ୍ରଥମ ବଲିଉଡ୍ ଅଭିନେତା ନୁହଁନ୍ତି, ଯିଏ ଚନ୍ଦ୍ରପୃଷ୍ଠରେ ଜମି କିଣିଛନ୍ତି। ପୂର୍ବରୁ ଶାହାରୁଖ ଖାନ୍‌ଙ୍କର ଜଣେ ଫ୍ୟାନ୍‌ ତାଙ୍କୁ ଚନ୍ଦ୍ରରେ ଏକ ଜମି ଉପହାର ଦେଇଥିଲେ। ଅର୍ଥାତ୍‌ ଚନ୍ଦ୍ରରେ କିଙ୍ଗ୍ ଖାନ୍‌ଙ୍କର ମଧ୍ୟ ପ୍ରପୋଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos