ବଲିଉଡ୍‌ ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ

ମୁମ୍ବାଇ: ଦୀର୍ଘଦିନ ଧରି ରୋଗ ସହିତ ଲଢ଼େଇ କରୁଥିବା ବଲିଉଡ୍‌ ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ ହୋଇଯାଇଛି। ୫୭ ବର୍ଷିୟା ଗୀତା କପୁର ରୋଗାଗ୍ରସ୍ତ ହେବା ପରେ ତାଙ୍କ ପିଲାମାନେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଶନିବାର ସକାଳେ ମୁମ୍ବାଇର ଏସ୍‌ଆର୍‌ବି ଡାକ୍ତରଖାନାରେ ଗୀତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବିଷୟରେ ଫିଲ୍ମ ପ୍ରଡ୍ୟୁସର ଅଶୋକ ପଣ୍ଡିତ ସୂଚନା ଦେଇଥିଲେ। ଗୀତାଙ୍କ ପିଲମାନଙ୍କୁ ଅପେକ୍ଷା […]

geeta-kapoor-620x400

geeta-kapoor-620x400

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 11:02 PM IST

Sports

Latest News

ମୁମ୍ବାଇ: ଦୀର୍ଘଦିନ ଧରି ରୋଗ ସହିତ ଲଢ଼େଇ କରୁଥିବା ବଲିଉଡ୍‌ ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ ହୋଇଯାଇଛି। ୫୭ ବର୍ଷିୟା ଗୀତା କପୁର ରୋଗାଗ୍ରସ୍ତ ହେବା ପରେ ତାଙ୍କ ପିଲାମାନେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହୋଇଥିଲା।

ଶନିବାର ସକାଳେ ମୁମ୍ବାଇର ଏସ୍‌ଆର୍‌ବି ଡାକ୍ତରଖାନାରେ ଗୀତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବିଷୟରେ ଫିଲ୍ମ ପ୍ରଡ୍ୟୁସର ଅଶୋକ ପଣ୍ଡିତ ସୂଚନା ଦେଇଥିଲେ। ଗୀତାଙ୍କ ପିଲମାନଙ୍କୁ ଅପେକ୍ଷା କରାଯିବ ଓ ତାଙ୍କ ପାର୍ଥିବ ଶରୀରକୁ ଦୁଇ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯିବ ବୋଲି ଅଶୋକ ଟ୍ୱିଟ୍‌ କରି ଜଣାଇଛନ୍ତି। ଯଦି ତାଙ୍କ ପିଲମାନେ କେହି ନ ଆସନ୍ତି ତେବେ ସମ୍ମାନର ସହିତ ଶବ ସତ୍କାର କରାଯିବ ବୋଲି ଅଶୋକ ସୂଚନା ଦେଇଛନ୍ତି।

ଗୀତା ରୋଗରେ ପଡ଼ି ମଧ୍ୟ ତାଙ୍କ ପିଲାଙ୍କୁ ଅନେକ ଖୋଜୁଥିଲେ। ହେଲେ ତାଙ୍କର କୌଣସି ପିଲା ତାଙ୍କୁ ଦେଖିବାକୁ ଆସୁନଥିଲେ ବୋଲି ଆଶୋକ କହିଛନ୍ତି।

ଗୀତା କପୁର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ‘ପାକିଜା’ ଫିଲ୍ମରେ ସେ ରାଜକୁମାରଙ୍କ ଦ୍ୱିତୀୟ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଗୀତାଙ୍କ ପୁଅ ରାଜା ଜଣେ କୋରିଓ ଗ୍ରାଫର ହୋଇଥିବା ବେଳେ ତାଙ୍କ ଝିଅ ବିମାନପରିଚାରିକା ଭାବେ କାର୍ଯ୍ୟ କରନ୍ତି।  ନିଜେ ରାଜା ଗୀତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇ ଯାଇଥିଲେ। ସେହିଦିନଠାରୁ ଅଶୋକ ପଣ୍ଡିତ ଓ ରମେଶ ତୋରନୀ ଡାକ୍ତରଖାନାର ବିଲ୍‌ ଭରିବା ସହିତ ତାଙ୍କର ଯତ୍ନ ନେଉଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos