‘ଡନ୍‌-୩’ରେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ‘ଡନ୍‌-୨’ର ବ୍ୟବସାୟୀକ ସଫଳତା ପରେ ଆସୁଛି ‘ଡନ୍‌-୩’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ସେ ଏହି ଫିଲ୍ମରେ ‘ବାଜିରାଓ ମସ୍ତାନୀ’ଷ୍ଟାର ପ୍ରିୟଙ୍କାଙ୍କ ବଦଳରେ ସେ ନଜର ଆସିବେ ବୋଲି ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଜ୍ୟାକ୍‌ଲିନ୍‌ ।  ସେ କହିଛନ୍ତି,“ ଗତରାତ୍ରିରେ ମୁଁ ମୁମ୍ବାଇକୁ ଫେରିଛି। ମୋ ଚାରି ପାଖରେ ଏହି ନ୍ୟୁଜ୍‌ ମତେ ଘେରି ରହିଛି। ମୁଁ ଜାଣିନି ଏହା କେଉଁଠୁ […]

jacqueline-fernandez

jacqueline-fernandez

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 07:37 PM IST

ମୁମ୍ବାଇ: ‘ଡନ୍‌-୨’ର ବ୍ୟବସାୟୀକ ସଫଳତା ପରେ ଆସୁଛି ‘ଡନ୍‌-୩’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ସେ ଏହି ଫିଲ୍ମରେ ‘ବାଜିରାଓ ମସ୍ତାନୀ’ଷ୍ଟାର ପ୍ରିୟଙ୍କାଙ୍କ ବଦଳରେ ସେ ନଜର ଆସିବେ ବୋଲି ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଜ୍ୟାକ୍‌ଲିନ୍‌ ।

 ସେ କହିଛନ୍ତି,“ ଗତରାତ୍ରିରେ ମୁଁ ମୁମ୍ବାଇକୁ ଫେରିଛି। ମୋ ଚାରି ପାଖରେ ଏହି ନ୍ୟୁଜ୍‌ ମତେ ଘେରି ରହିଛି। ମୁଁ ଜାଣିନି ଏହା କେଉଁଠୁ ଆସିଲା ଏନେଇ ମୁଁ କାହାକୁ କହିନାହିଁ, କି ‘ଡନ୍’ମଧ୍ୟ କାହାକୁ ସୂଚନା ଦେଇନାହାନ୍ତି। ତେବେ ଏହା ଏକ ଭୁଲ ଖବର।”

ଆଗାମୀ ଫିଲ୍ମରେ ବଲିଉଡ୍‌ କିଙ୍ଗଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ସହିତ କାମ କରିବେ କି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ମୁଁ ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାରୁ ବହୁ ନାୟକଙ୍କ ବିପକ୍ଷରେ ଅଭିନୟ କରିବାକୁ ପଡିବ। ଶାହାରୁଖ୍‌ଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଲେ ମତେ ବହୁତ ଖୁସି ଲାଗିବ। ମୁଁ ତାଙ୍କ ସହିତ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos