ବଲିଉଡ୍‌ରେ ଏଣ୍ଟ୍ରି କରିବେ କ୍ରିକେଟର ଯୁବରାଜ

yuvraj

ମୁମ୍ବାଇ:ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ। କ୍ରିକେଟ୍‌ ଦୁନିଆରେ ନିଜ ବ୍ୟାଟିଂ ଯାଦୁରେ ଅନେକ କିର୍ତ୍ତୀମାନ କରିଥିବା ଯୁବରାଜ ଏବେ ବଲିଉଡ୍‌ରେ ନିଜ ଜଲ୍‌ବା ଦେଖାଇବାକୁ ଯାଉଛନ୍ତି। କ୍ରିକେଟ ପ୍ରେମୀ ଏହି କଥାକୁ ହୁଏତ ସହଜରେ ହଜମ କରିପାରୁନଥିବେ। ତେବେ ଯୁବରାଜ ବଲିଉଡ୍‌ର ଜଣେ କଳାକାର ଭାବେ ନୁହେଁ,ବରଂ ଜଣେ ନିର୍ଦ୍ଦେଶକ ଭାବେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କ୍ରିକେଟରେ ରହି ସେ ବଲିଉଡ୍‌ରେ ପ୍ରବେଶ କରିବେ ବୋଲି ଜଣାପଡିଛି। ଏହି ଫିଲ୍ମ  ପାଇଁ ଯୁବରାଜ ମୋଟା ଅଙ୍କର ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି। ଯୁବି ନିଜ ଭାଇ ଜୋରାବର ସିଂହଙ୍କୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି ,ଏହି ଫିଲ୍ମରେ ଜୋରାବରଙ୍କୁ ନିଜର ଓଜନ କମାଇବା ପାଇଁ ପରାମର୍ଶ ଦିଆଯାଇଛି।

ସୌଜନ୍ୟ- ନଭ ଭାରତ ଟାଇମ୍ସ

Previous ArticleNext Article