ସଲମାନଙ୍କୁ କୋହଭରା କାହାଣୀ କହିଲେ ଡ୍ୟାନ୍ସିଂ ଅଙ୍କଲ

11111111111111111

ମୁମ୍ୱାଇ: ଗୋବିନ୍ଦା ଷ୍ଟାଇଲ୍‌ରେ ଡ୍ୟାନ୍ସ କରି ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ସଞ୍ଜୀବ ଶ୍ରୀବାସ୍ତବ ଓରଫ୍‌ ଡବ୍ବୁ ଅଙ୍କଲ ଏବେ ଘରେ ଘରେ ପରିଚିତ। ତାଙ୍କ ଭିଡିଓ ଭାଇରାଲ ହେବା ପରେ ବଲିଉଡରେ ଫିଲ୍ମ ପାଇଁ ତାଙ୍କୁ ଅଫର ମିଳୁଥିବା ମଧ୍ୟ  ଶୁଣିବାକୁ ମିଳୁଛି।

ସୋନି ଟିଭିରେ ପ୍ରସାରିତ ହେଉଥିବା ଦଶ କା ଦମ୍‌ରେ ଡବ୍ବୁ ଅଙ୍କଲ ନଜର ଆସିଥିଲେ । ସେ ପାର୍ଟନର ଗୀତରେ ଡ୍ୟାନ୍ସ କରିବା ସହ ସଲମାନଙ୍କୁ ମଧ୍ୟ ନଚାଇ ଥିଲେ।  ଏହି ଶୋ’ରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନି  ଉପରେ ପ୍ରଶ୍ନ କରିଥିଲେ। ଉତ୍ତରରେ ଡବ୍ବୁ ଅଙ୍କଲ ତାଙ୍କ ଜୀବନରେ ଘଟିଥିବା ଦୁଃଖଦ ଘଟଣା ବର୍ଣ୍ଣନା କରିଥିଲେ।

Dancing-uncle

ସେ କହିଥିଲେ. ପୂର୍ବବର୍ଷ ଟ୍ରେନ୍‌ ଦୂର୍ଘଟଣାରେ ମୋ ସାନ ଭାଇ ଚାଲିଗଲେ। ଏହା ପରେ ଘରେ ଦୁଃଖ ଖେଳି ଯାଇଥିଲା। ଖାସ୍‌କରି ମାଙ୍କୁ ପ୍ରବଳ ମାନସିକ ଆଘାତ ପହଞ୍ଚିଥିଲା। ପୁଅ ମରିବା ପରଠାରୁ ମା ଘରୁ ବାହାରିବା ବନ୍ଦ କରିଦେଇଥିଲେ। କାହାସହ କଥା ହେଉ ନଥିଲେ। ତାଙ୍କ ମୁହଁରୁ ହସ ଉଭେଇ ଯାଇଥିଲା। ମୋର ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଥମ ଥର ଲାଗି ମୋ ମା ହସିଥିଲେ। ମାଙ୍କୁ ହସିବା ଦେଖି ମୁଁ ଅଧିକ ଖୁସିରେ ନାଚିବାକୁ ଲାଗିଲି। ଏବେ ଘରର ପରିସ୍ଥିତି ପୂର୍ବଭଳି ହେବାକୁ ଲାଗିଛି।

Previous ArticleNext Article

Send this to a friend