‘ଡିୟର ଜିନ୍ଦେଗୀ’ରୁ ପାକିସ୍ତାନୀ କଳାକାର ଆଉଟ୍‌

alizafar

ମୁମ୍ବାଇ: ଉରୀ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କ ଭାରତୀୟ ସିନେମାରେ କାମ କରିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ କିଛି ନିର୍ଦ୍ଦେଶକ ସେମାନଙ୍କୁ ଫିଲ୍ମରେ ନେବାର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଖାସ୍ ସେଥିପାଇଁ ଶାହାରୁଖଙ୍କ ‘ଡିୟର ଜିନ୍ଦେଗୀ’ରୁ ଅଲ୍ଲି ଜଫର ଆଉଟ୍‌ ହୋଇଯାଇଛନ୍ତି। ନିର୍ଦ୍ଦେଶକ ଗୌରୀ ସିନ୍ଦେ ଅଲ୍ଲିଙ୍କୁ ଫିଲ୍ମରୁ ବାହାର କରିବା ପରେ ତାଙ୍କ ସ୍ଥାନରେ ତାହିର ରାଜ ଭସିନ୍‌ଙ୍କୁ ସାଇନ୍‌ କରିଛନ୍ତି।

ଖବର ମୁତାବକ ତାହିରଙ୍କ ସୁଟିଂ ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ଫିଲ୍ମର ଗୋଟେ ଗୀତର ସୁଟିଂ ମଧ୍ୟ ସରିଲାଣି। ଏହି ଗୀତରେ ସେ ଆଲିଆ ଭଟ୍ଟଙ୍କ ସହ ନଜର ଆସବେ।

Previous ArticleNext Article

Send this to a friend