କୃଷ୍ଣସାର ମୃଗ ଶିକାର ମାମଲାରେ ଫସିଲେ ଏହି ଅଭିନେତ୍ରୀ: ମିଳୁଛି ହତ୍ୟା ଧମକ

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍ ଖାନ୍ ଜାମିନ୍‌ରେ ଆସିଛନ୍ତି। ଏହାପରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ପରିବାରଠୁ ଆରମ୍ଭ କରି ପ୍ରଶଂସକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସଲମାନ୍‌ଙ୍କ ଫେରିବାରେ ଖୁସି ମନାଉଛନ୍ତି। କେହି ମନ୍ଦିର ଯାଇ ଭଗବାନ୍‌ଙ୍କୁ ଧନ୍ୟବାଦ ଜଣାଉଛି ତ’ କେହି କେକ୍‌ କାଟି ସେଲିବ୍ରେଟ୍‌ କରୁଛି।  ସେପଟେ ଜେଲ୍‌ରୁ ଫେରିବା ପରେ ସଲମାନ୍‌ ମଧ୍ୟ ଖୁସି। ଜେଲ୍‌ରୁ ଫେରି ସେ ସାଥୀକଳାକାରଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେଇଛନ୍ତି। ତଥାପି ମାମଲା ପୂରା ଥମିନି। କାରଣ ସଲମାନଙ୍କ ମାମଲାକୁ ନେଇ ଫସିଛନ୍ତି  ଆଉ ଜଣେ ଅଭିନେତ୍ରୀ। ସଲମାନ୍‌ଙ୍କ ସପକ୍ଷ ନେବାରୁ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସଲମାନଙ୍କ ସାଥୀକଳାକାର କୁନିକା ସଦାନନ୍ଦଙ୍କୁ ମିଳିଛି ହତ୍ୟା ଧମକ।

କୁନିକା ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ସାକ୍ଷାତକାରରେ କହିଥିଲେ ବିଷ୍ନୋଇ ସମାଜ ସଲମାନଙ୍କୁ ଦଣ୍ଡ ଦେବା ପାଇଁ ଦାବି  ପରିବର୍ତ୍ତେ, ନିଜକୁ ଉଦାହରଣ ଭାବେ  ନେବା ଉଚିତ। କାରଣ ବିଷ୍ନୋଇ ସମାଜ ମଧ୍ୟ ଶିକାର କରନ୍ତି। ଏହି ସମ୍ପ୍ରଦାୟରେ କିଛି ଶାକାହାରୀଙ୍କ ମଧ୍ୟରେ ମାସାଂହାରୀ ମଧ୍ୟ ଅଛନ୍ତି।”

ଏକଥା ଶୁଣି ବିଷ୍ନୋଇ ସମ୍ପ୍ରଦାୟର କିଛି ଲୋକ କୁନିକାଙ୍କ ଉପରେ ରାଗିଯାଇଛନ୍ତି। ସେମାନେ କୁନିକାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବା ପାଇଁ ଧମକ ଦେଇଛନ୍ତି। ଏଥିସହ ଫୋନ୍‌ କଲ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମମାନ୍‌ ଜାମିନ ମିଳିବା ପରେ କୋର୍ଟ ରାୟରେ ଅସନ୍ତୁଷ୍ଟ ଅଛନ୍ତି ରାଜସ୍ଥାନର ବିଷ୍ନୋଇ ସମାଜ।

Previous ArticleNext Article

Send this to a friend