ଗୁମର ଖୋଲିଲେ ଦୀପିକା: ରଣବୀରଙ୍କୁ ନେଇ କହିଲେ ଏମିତି କିଛି

dipika

ମୁମ୍ବାଇ:  ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ନିଜର କଥିତ ସଂପର୍କ ବିଷୟରେ କୌଣସି କଥା କେବେ ପ୍ରକାଶ କରନ୍ତି ନାହିଁ।  ଗତବର୍ଷ ଠାରୁ ଦୁଇ ଷ୍ଟାରଙ୍କର ବିବାହକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। କିନ୍ତୁ ସେମାନେ  ନିଜ ସମ୍ପର୍କକୁ ନେଇ କେବେ କିଛି ବି ସ୍ପଷ୍ଟ କରି ନାହାନ୍ତି। ହେଲେ ଯେତେ ଲୁଚେଇ ରଖିଲେ ପ୍ରେମ କୋଉ ଲୁଚୁଛି। ସୋସିଆଲ୍‌ ମିଡିଆରେ ଦୁହିଁଙ୍କ ପ୍ରେମ ଖୁଲମ୍‌ ଖୁଲା ଚାଲିଛି।

ସୋସିଆଲ୍‌ ମିଡିଆରେ ଦୁହେଁ ପରସ୍ପରର ଫଟୋରେ ସବୁବେଳେ କମେଣ୍ଟ ଓ ଲାଇକ୍‌ କରିଥାନ୍ତି। ନିକଟରେ ରଣବୀରଙ୍କ ଏକ ଫଟୋରେ ଦୀପିକା ଏମିତି କମେଣ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି। ପୂର୍ବରୁ ଏମିତି ଅନେକ କମେଣ୍ଟରେ ଲୋକ ସେମାନଙ୍କ ସଂପର୍କକୁ ନେଇ ଚର୍ଚ୍ଚା କରୁଥିବା ବେଳେ ଏହି କମେଣ୍ଟ କିନ୍ତୁ ଦୁହିଁଙ୍କ ମଧ୍ୟରେ ସଂପର୍କ ଥିବା ସ୍ପଷ୍ଟ କରୁଛି।

ନିକଟରେ ରଣବୀର ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏକ ଫଟୋ ସେୟାର କରିଥିଲେ। ସେଥିରେ ରଣବୀର ପୂରା କ୍ଲିନ୍‌ ସେବ୍‌ ଲୁକରେ ନଜର ଆସିଥିଲେ। ରଣବୀରଙ୍କ ଏହି ଫଟୋକୁ ୧୫ ଲକ୍ଷରୁ ଅଧିକ ଲାଇକ୍‌ ଓ ହଜାର ହଜାର କମେଣ୍ଟ ମିଳିଛି। କିନ୍ତୁ ସବୁଠୁ ଖାସ୍‌ କମେଣ୍ଟ ଥିଲା ଦୀପିକାଙ୍କର। ସେ ସେହି  ଫଟୋରେ କ୍ୟାପ୍‌ସନ୍‌ ଲେଖିଥିଲେ ‘ମାଇନ୍‌’! ଦୀପିକାଙ୍କ ଏହି କମେଣ୍ଟ  ପ୍ରମାଣ କରୁଛି ଯେ, ରଣବୀର ସିଂହ କେବଳ ତାଙ୍କର।

ଦୀପିକା ଓ ରଣବୀର ‘ଗଲିଓ କି ରାସ ଲୀଲା: ରାମଲୀଲା’, ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ରେ ଏକାଠି କାମ କରିଛନ୍ତି। ଏହି ତିନେଟି ଫିଲ୍ମ ସୁପରହିଟ୍‌ ବି ହୋଇଛି।

 

Previous ArticleNext Article

Send this to a friend