୪୭ ପ୍ରତିଶତ ଭାରତୀୟ ଭାବନ୍ତି ମାନସିକ ଭିନ୍ନକ୍ଷମ ସମାଜ ପାଇଁ କଳଙ୍କ: କିନ୍ତୁ ଦୀପିକା କୁହନ୍ତି...

ନୂଆଦିଲ୍ଲୀ: ସାଧାରଣ ମଣିଷ ଅପେକ୍ଷା ଏମାନଙ୍କର ହାବଭାବ, ଚାଲିଚଳଣି ଓ କଥାବାର୍ତ୍ତା ଟିକେ ଭିନ୍ନ। ସାଧାରଣ ମଣିଷ ଅପେକ୍ଷା ଏମାନେ ଟିକେ ଅଧିକ ସମ୍ବେଦନଶୀଳ। ସଭ୍ୟ ଓ ମାର୍ଜିତ ମଣିଷ ପରି ଏମାନେ ବ୍ୟବହାର କରିନ୍ତିନି ସତ କିନ୍ତୁ ଏମାନେ ଅନ୍ୟଙ୍କ ପାଇଁ ହାନିକାରକ ହୋଇ ନଥାନ୍ତି। ଏମାନେ ମାନସିକ ଭିନ୍ନକ୍ଷମ। ଯେଉଁମାନଙ୍କୁ ଆମ ସମାଜର ବହୁ ଲୋକ କଳଙ୍କ ବୋଲି ଭାବିଥାନ୍ତି। ଏକ ସର୍ଭେ ଅନୁଯାୟୀ ଭାରତରେ ମାନସିକ ଭିନ୍ନକ୍ଷମ ରୋଗକୁ ଶତକଡା ୪୭ ଭାଗ […]

deepika

deepika

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 11:10 AM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ମଣିଷ ଅପେକ୍ଷା ଏମାନଙ୍କର ହାବଭାବ, ଚାଲିଚଳଣି ଓ କଥାବାର୍ତ୍ତା ଟିକେ ଭିନ୍ନ। ସାଧାରଣ ମଣିଷ ଅପେକ୍ଷା ଏମାନେ ଟିକେ ଅଧିକ ସମ୍ବେଦନଶୀଳ। ସଭ୍ୟ ଓ ମାର୍ଜିତ ମଣିଷ ପରି ଏମାନେ ବ୍ୟବହାର କରିନ୍ତିନି ସତ କିନ୍ତୁ ଏମାନେ ଅନ୍ୟଙ୍କ ପାଇଁ ହାନିକାରକ ହୋଇ ନଥାନ୍ତି। ଏମାନେ ମାନସିକ ଭିନ୍ନକ୍ଷମ। ଯେଉଁମାନଙ୍କୁ ଆମ ସମାଜର ବହୁ ଲୋକ କଳଙ୍କ ବୋଲି ଭାବିଥାନ୍ତି।

ଏକ ସର୍ଭେ ଅନୁଯାୟୀ ଭାରତରେ ମାନସିକ ଭିନ୍ନକ୍ଷମ ରୋଗକୁ ଶତକଡା ୪୭ ଭାଗ ଲୋକ ସାମାଜିକ କଳଙ୍କ କୁହନ୍ତି। ୮୭ ଭାଗ ଲୋକ ଏହାକୁ ଶିଜୋଫ୍ରେନିଆ, ଆବ୍ସେସିବ କମ୍ପଲ୍ସିବ ଡିସ୍‌ଅର୍ଡର କୁହନ୍ତି। ୪୭ ଭାଗ ଲୋକ ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ନେଇ ମନଗଢା କାହାଣୀ କହିବା ଆରମ୍ଭ କରନ୍ତି। ଏମାନେ ମାନସିକ ଭିନ୍ନକ୍ଷମ ଲୋକମାନଙ୍କ ପ୍ରତି ସହାନୁଭୂତି ସହ ସୁରକ୍ଷିତ ଦୂରତା ବଜାୟ ରଖନ୍ତି। ଖାସ୍‌କରି ମୁମ୍ବାଇ, କୋଲକତା ଏବଂ ହାଇଦ୍ରାବାଦ୍‌ରେ  ଏଭଳି ଚିନ୍ତାଧାରାର ମଣିଷ ଅଧିକ ଦେଖିବାକୁ ମିଳିଛି।

ସାଧାରଣ ଲୋକଙ୍କ ଚିନ୍ତାଧାରାକୁ ଜାଣିବା ପାଇଁ ‘ଦ ଲିଭ୍, ଲଭ, ଲାଫ ଫାଉଣ୍ଡେସନ୍‌’ (ଟିଏଲ୍‌ଏଲ୍‌ଏଲ୍‌ଏଫ୍‌) କରିଥିବା ଏହି ସର୍ଭେର ରିପୋର୍ଟ ପ୍ରକାଶ ପାଇଛି।

୬୦ ଭାଗ ଲୋକଙ୍କ ଧାରଣା ରହିଛି ମାନସିକ ଭିନ୍ନକ୍ଷମ ଲୋକ ସାଧାରଣ ଲୋକଙ୍କଠୁ ଦୂରେଇ ରହିବା ଆବଶ୍ୟକ। ୬୮ ଭାଗ ଲୋକଙ୍କ କହିବା ଅନୁଯାୟୀ ଏମାନଙ୍କୁ କିଛି ଦାୟିତ୍ୱ ଦେବା କଥା ନୁହେଁ। ୬୦ ଭାଗ ଲୋକ ଅନୁଶାସନ ଏବଂ ଇଚ୍ଛା ଶକ୍ତିର ଅଭାବ ପାଇଁ ଏହି ରୋଗ ହୋଇଥିବାର କୁହନ୍ତି।

ସେପଟେ ୨୬ ଭାଗ ଲୋକ ମାନସିକ ଭିନ୍ନକ୍ଷମ ଲୋକଙ୍କୁ ଡରନ୍ତି। ବେଙ୍ଗାଲୁରୁ ଏବଂ ପୁଣେ ସହରର ଲୋକମାନଙ୍କର ଏଭଳି ଚିନ୍ତାଧାରା ରହିଥିବା ସର୍ଭେରୁ ଜଣାପଡିଛି।

୨୭ ଭାଗ ଲୋକ ମାନସିକ ଭିନ୍ନକ୍ଷମ ରୋଗୀମାନଙ୍କ ପ୍ରତି ଭେଦଭାବ କରନ୍ତି ନାହିଁ। କେହିବି ମାନସିକ ରୋଗୀ ହୋଇପାରିବ ବୋଲି ଏମାନଙ୍କର ଧାରଣା ରହିଛି। କାନପୁର, ପାଟନା ଏବଂ ଦିଲ୍ଲୀ ସହରର ଲୋକେ ଏପରି ମତ ପ୍ରକାଶ କରିଛନ୍ତି।

ଟିଏଲ୍‌ଏଲ୍‌ଏଲ୍‌ଏଫ୍‌ ପକ୍ଷରୁ ହୋଇଥିବା ସର୍ଭେରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସାମିଲ ରହିଛନ୍ତି। ଦୀପିକାଙ୍କ କହିବା ଅନୁଯାୟୀ "ଆମ ଦେଶରେ ମାନସିକ ରୋଗକୁ ନେଇ ସୁସ୍ଥ ବାତାବରଣର ବିକାଶ କରିବାକୁ ନିରନ୍ତର ପ୍ରୟାଶ ଚାଲିଛି। ଗବେଷଣା ଅନୁସାରେ ଚାରିଭାଗରୁ ଭାଗେ ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଚାହାଁନ୍ତି। ଲୋକମାନେ ଏମାନଙ୍କ ପାଇଁ ଭୁଲ୍‌ ଧାରଣା ରଖୁଛନ୍ତି। ତେଣୁ ପ୍ରଥମେ ଆମକୁ ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos