‘ଏବେ ପତ୍ନୀ ଓ ମା’ ହେବାକୁ ଇଚ୍ଛା’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନ୍‌ ଓ ରଣବୀର ସିଂହଙ୍କ ମଧ୍ୟରେ ଦୀର୍ଘ ୫ବର୍ଷ  ହେବ ରିଲେସନ୍‌ସିପରେ ଅଛନ୍ତି। କିନ୍ତୁ ଏହି ଲଭବାର୍ଡ ନିଜ ସମ୍ପର୍କକୁ ନେଇ କାହା ଆଗରେ  କେବେ ମୁହଁ ଖୋଲି ନାହାନ୍ତି। କିଛି ଦିନ ହେବ ଏହି ଲଭବାର୍ଡଙ୍କ  ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ପରିବାର ପକ୍ଷରୁ ବାହାଘରର ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାପଡ଼ିଛି। ଏକ ସାକ୍ଷାତକାରରେ ଦୀପିକା ନିଜର ବ୍ୟକ୍ତିଗତ ଜୀବନ ଓ ଭବିଷ୍ୟତର ପ୍ଲାନକୁ ନେଇ ମୁହଁ […]

yyyyy

yyyyy

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 11:43 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନ୍‌ ଓ ରଣବୀର ସିଂହଙ୍କ ମଧ୍ୟରେ ଦୀର୍ଘ ୫ବର୍ଷ  ହେବ ରିଲେସନ୍‌ସିପରେ ଅଛନ୍ତି। କିନ୍ତୁ ଏହି ଲଭବାର୍ଡ ନିଜ ସମ୍ପର୍କକୁ ନେଇ କାହା ଆଗରେ  କେବେ ମୁହଁ ଖୋଲି ନାହାନ୍ତି। କିଛି ଦିନ ହେବ ଏହି ଲଭବାର୍ଡଙ୍କ  ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ପରିବାର ପକ୍ଷରୁ ବାହାଘରର ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାପଡ଼ିଛି। ଏକ ସାକ୍ଷାତକାରରେ ଦୀପିକା ନିଜର ବ୍ୟକ୍ତିଗତ ଜୀବନ ଓ ଭବିଷ୍ୟତର ପ୍ଲାନକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ବିବାହ ମୋ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଁ ଏହାକୁ ଏଡ଼େଇ ପାରିବି ନାହିଁ। ନିଜକୁ ଏକ ମାଆ ଓ ପତ୍ନୀ ଭାବେ ଦେଖିବାକୁ ଇଚ୍ଛା ରହିଛି।”

ଦୀପିକାଙ୍କ ଏହି ମନ୍ତବ୍ୟପରେ ରଣବୀର ଓ ତାଙ୍କର ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାର ସତ୍ୟତା ରହିଛି ବୋଲି ଜଣାପଡ଼ିଛି। ଚଳିତ ବର୍ଷ  ଦୀପିକା ଓ ରଣବୀର ବିବାହ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଦୁହେଁ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ବନ୍ଧୁବାନ୍ଧବ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ କରିବେ। ଉଭୟ ପରିବାର ପକ୍ଷରୁ ବିବାହର ତାରିଖ ନିର୍ଦ୍ଧାରଣ ହୋଇ ସାରିଛି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଦୀପିକା ଏଥର ତାଙ୍କ ଜନ୍ମ ଦିନ ବୟଫ୍ରେଣ୍ଡ ରଣବୀର ସିଂହଙ୍କ ପାଳନ କରିଥିଲେ। ଏହି ଅବସରରେ ଦୁହିଁଙ୍କ ପରିବାର ମଧ୍ୟ ଏକାଠି ହୋଇଥିଲେ। ସେହିଦିନ ଉଭୟଙ୍କ ନିବର୍ଦ୍ଧ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos