ଆଗରୁ ଅଭିନେତ୍ରୀଙ୍କ ବୋଲକରା କାମ କରୁଥିଲେ ଏବେ ପ୍ରସିଦ୍ଧ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଜଗତର କଳାକାର ହୁଅନ୍ତୁ କି ନିର୍ଦ୍ଦେଶକ। ସେମାନଙ୍କର ସଂଘର୍ଷର ଯାତ୍ରା ଠିକ୍‌ ଫିଲ୍ମର କାହାଣୀ ପରି।  ସେମାନେ ଆଜି ଯେଉଁ ସ୍ଥରରେ ପହଁଞ୍ଚିଛନ୍ତି। ସେଥିପାଇଁ ତାଙ୍କୁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଛି। କିଏ କ୍ୟାଫେ ଓ କଲ ସେଣ୍ଟରରେ କାମ କରିଥିଲେ ତ’ କିଏ ପ୍ରଚ୍ଛଦପଟ୍ଟ ଡ୍ୟାନ୍ସର ଭାବେ କାମ କରୁଥିଲେ। କିନ୍ତୁ ଆଜି ଆମେ ଏମିତି ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ବିଷୟରେ କହିବୁ ସେ ଏହି ସ୍ଥାନରେ ପହଞ୍ଚିବା ପୂର୍ବରୁ […]

kajol....

kajol....

Ordigital Desk
  • Published: Tuesday, 13 February 2018
  • Updated: 13 February 2018, 05:30 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଜଗତର କଳାକାର ହୁଅନ୍ତୁ କି ନିର୍ଦ୍ଦେଶକ। ସେମାନଙ୍କର ସଂଘର୍ଷର ଯାତ୍ରା ଠିକ୍‌ ଫିଲ୍ମର କାହାଣୀ ପରି।  ସେମାନେ ଆଜି ଯେଉଁ ସ୍ଥରରେ ପହଁଞ୍ଚିଛନ୍ତି। ସେଥିପାଇଁ ତାଙ୍କୁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଛି। କିଏ କ୍ୟାଫେ ଓ କଲ ସେଣ୍ଟରରେ କାମ କରିଥିଲେ ତ’ କିଏ ପ୍ରଚ୍ଛଦପଟ୍ଟ ଡ୍ୟାନ୍ସର ଭାବେ କାମ କରୁଥିଲେ। କିନ୍ତୁ ଆଜି ଆମେ ଏମିତି ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ବିଷୟରେ କହିବୁ ସେ ଏହି ସ୍ଥାନରେ ପହଞ୍ଚିବା ପୂର୍ବରୁ  ସ୍ପଟ୍‌ ବୟ ଭାବେ କାମ କରୁଥିଲେ। ସେ ହେଲେ ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ। ରୋହିତ୍‌ କଡ଼ା ସଂଘର୍ଷ ପରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ପାରିଛନ୍ତି।  ଦର୍ଶକଙ୍କୁ ସେ ଅନେକ ଆକ୍ସନଭରା ହିଟ୍‌ ଫିଲ୍ମ ଦେଇଥିବାରୁ ତାଙ୍କୁ ହିଟ୍‌ ସେଟ୍ଟୀ ମଧ୍ୟ କୁହାଯାଏ। ନିକଟରେ ରୋହିତ୍‌ ରିଆଲିଟି ଶୋ’  ‘ଇଣ୍ଡିଆଜ୍‌ ନେକ୍ସଟ୍‌ ସୁପରଷ୍ଟା’କୁ ଆସି ନିଜ ସଂଘର୍ଷର କାହାଣୀ ବିଷୟରେ କହିଥିଲେ। ରୋହିତ୍‌ଙ୍କ କହିବା ଅନୁସାରେ ସେ ତବୁ ଓ କାଜୋଲଙ୍କ ସ୍ପଟ୍‌ ଭୟ ଭାବେ କାମ କରୁଥିଲେ। ପରେ ସେ ଷ୍ଟଣ୍ଡ ନିର୍ଦ୍ଦେଶକ ତା’ ପରେ ସହକାରୀ ନିର୍ଦ୍ଦେଶକ ହୋଇଥିଲେ। ଏହା ପରେ ସେ ନିର୍ଦ୍ଦେଶକ ହୋଇଥିଲେ। ତବୁ ଯେବେ ‘ହକ୍କିକତ୍‌’ ଫିଲ୍ମ କରିଥିଲେ ସେତେବେଳେ ରୋହିତ୍‌ ତାଙ୍କ ଶାଢୀ ଇସ୍ତ୍ରୀ କରିଥିଲେ।  ପରେ ସେ ତବୁଙ୍କ ଫିଲ୍ମ ‘ଗୋଲମାଲ ଏଗେନ୍‌’ ନିର୍ଦ୍ଦେଶନା ଦେଇଥିଲେ। ସେହି ସମୟରେ ସେ କାଜଲଙ୍କ ମେକପ୍‌କୁ ଟଚ୍‌ ଅପ୍‌ ଦେଉଥିଲେ। ପରେ ସେ କାଜୋଲଙ୍କ ‘ଦିଲୱାଲେ’ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ।

ପରେ ସେ ଗୋଲମାଲ ସିରିଜ୍‌-୪, ଚେନ୍ନାଇ ଏକ୍ସପ୍ରଏସ୍‌ , ସିଙ୍ଘମ, ସିଙ୍ଘମ ରିଟର୍ଣ୍ଣସ୍‌,, ବୋଲ ବଚ୍ଚନ ଓ ଅଲ ଦି ବେଷ୍ଟ ଭଳି  ହିଟ୍‌ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି।  ଏବେ ସେ ରଣବୀର ସିଂହକୁ ନେଇ ‘ସିମ୍ବା’ ଫିଲ୍ମ ତିଆରି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos