ସାରାଙ୍କ ଜାଗା ନେବେନି ଦିଶା

dishasara

ମୁମ୍ବାଇ: ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର ୨’ରେ ସାରା ଅଲୀ ଖାନଙ୍କ ସ୍ଥାନରେ ଦିଶା ପଟାନୀ ଅଭିନୟ କରିବେ ବୋଲି ଜୋର୍ ଚର୍ଚ୍ଚା ଚାଲିଛି। ତେବେ ଏ ଖବରକୁ ଖଣ୍ଡନ କରିଛନ୍ତି ଦିଶା।

ସେ କହିଛନ୍ତି,‘ମୁଁ ବି ଏହି ଖବର ପଢୁଛି। ଏହା ଏକ ଅଜବ ଖବର। ଏ ଫିଲ୍ମ ସହିତ କେବେ ମୋ ନାଁ ତ କେବେ ସାରାଙ୍କ ନାଁ ଯୋଡ଼ି ଦିଆଯାଉଛି। ମୋତେ ଜଣାନାହିଁ ଏସବୁ କ’ଣ ହୋଇଛି।‘

ତେବେ ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର ୨’ ପାଇଁ ତାଙ୍କୁ ଅଫର୍ ମିଳିଥିଲା କି ନାହିଁ, ସେ ନେଇ କିଛି କହି ନାହାନ୍ତି ଦିଶା। ଅନ୍ୟପକ୍ଷରେ ନିର୍ଦ୍ଦେଶକ ପୁନୀଲ ମଲହୋତ୍ରା ଏହି ଫିଲ୍ମରେ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ଦିଶାଙ୍କୁ ନେବାକୁ ଆଗ୍ରହୀ ବୋଲି ଶୁଣିବାକୁ ମିଳୁଛି।

‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର’ ୨୦୧୨ରେ ରିଲିଜ୍ ହୋଇଥିଲା।

Previous ArticleNext Article

Send this to a friend