ଏମିତି ଥିଲା ଦିସାଙ୍କ ସଂଘର୍ଷର କାହାଣୀ, ମାତ୍ର ୫୦୦ ଟଙ୍କା ଧରି ଆସିଥିଲେ ମୁମ୍ବାଇ

ମୁମ୍ବାଇ: ବଲିଉଡ୍‌ରେ ସଫଳ ହେବା କିଛି ସହଜ କଥା ନୁହେଁ। ଅନେକ ବଲିଉଡ୍‌ କଳାକାର ଖୁବ୍‌ ସଂଘର୍ଷ କରିଛନ୍ତି। ସେମାନଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି ସେମାନଙ୍କୁ ରିଲ୍‌ ଲାଇଫ୍‌ ସହ ରିଅଲ ଲାଇଫ୍‌ର ହିରୋ, ହିରୋଇନ୍‌ ଭାବିବେ। ସେମିତି କଳାକାର ମାନଙ୍କ ମଧ୍ୟରୁ ଆମେ ଆଜି ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରମାଣ କରିଛନ୍ତି ଟଙ୍କା କେବେ ସଫଳତାର ରାସ୍ତାରେ ବାଧକ ସାଜି ନ ଥାଏ। ସେ ହେଉଛନ୍ତି ଦିସା […]

disha3

disha3

Rakesh Mallick
  • Published: Monday, 02 April 2018
  • Updated: 02 April 2018, 03:59 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ସଫଳ ହେବା କିଛି ସହଜ କଥା ନୁହେଁ। ଅନେକ ବଲିଉଡ୍‌ କଳାକାର ଖୁବ୍‌ ସଂଘର୍ଷ କରିଛନ୍ତି। ସେମାନଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି ସେମାନଙ୍କୁ ରିଲ୍‌ ଲାଇଫ୍‌ ସହ ରିଅଲ ଲାଇଫ୍‌ର ହିରୋ, ହିରୋଇନ୍‌ ଭାବିବେ। ସେମିତି କଳାକାର ମାନଙ୍କ ମଧ୍ୟରୁ ଆମେ ଆଜି ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରମାଣ କରିଛନ୍ତି ଟଙ୍କା କେବେ ସଫଳତାର ରାସ୍ତାରେ ବାଧକ ସାଜି ନ ଥାଏ। ସେ ହେଉଛନ୍ତି ଦିସା ପଟାନୀ।

ଦିସା ମାତ୍ର ୩ଟି ଫିଲ୍ମରେ କାମ କରିଛନ୍ତି। ଏହା ସତ୍ତ୍ୱେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କର ଗଣତି ହୋଇଥାଏ। କିନ୍ତୁ ପ୍ରଥମରୁ ତାଙ୍କ ଲାଇଫ୍‌ ଏମିତି ନଥିଲା। ଏହି ଷ୍ଟାରଡମ୍‌କୁ ପାଇବାକୁ ଓ ବଲିଉଡ୍‌ରେ ନିଜକୁ ସଫଳ କରିବାକୁ ତାଙ୍କୁ ଅନେକ ଘାତ,ପ୍ରତିଘାତର ସାମ୍ନା କରିବାକୁ ପଡ଼ିଥିଲା।

ଦିସା ମଧ୍ୟବିତ୍ତ ପରିବାରର ଝିଅ। ସେ ନିଜ ଅଭିନୟ ସ୍ୱପ୍ନ ପୂରଣ କରିବା ପାଇଁ ମାତ୍ର ୫୦୦ ଟଙ୍କା ଧରି ମୁମ୍ବାଇ ଆସିଥିଲେ। ସେ ନିଜକୁ ପ୍ରତିଷ୍ଠିତ କରିବାକୁ ଖୁବ୍‌ ସଂଘର୍ଷ କରିଥିଲେ।

ନିକଟରେ ହୋଇଥିବା ଏକ ସାକ୍ଷତକାରରେ ଦିସା ନିଜ ସଂଘର୍ଷର କାହାଣୀ କହିଥିଲେ। ସ୍ୱପ୍ନ ପୂରା କରିବା ପାଇଁ ସେ ପାଠ ପଢ଼ା ଅଧାରୁ ଛାଡ଼ି ଦେଇଥିଲେ। ସାଧାରଣତଃ ଦେଖିବାକୁ ଗଲେ କଲେଜ୍‌ ପଢ଼ୁଆ ଝିଅମାନେ ନୂଆ ସହରରେ ନିଜ ଗୁଜୁରାଣ ମେଣ୍ଟାଇବା ଏତେ ସହଜ କଥା ନୁହେଁ। ତଥାପି ସେ ନିଜ ପରିବାରର କୌଣସି ପ୍ରକାର ସାହାଯ୍ୟ ନ ନନେଇ ନିଜେ ସଂଘର୍ଷ କରିଥିଲେ।

ଦିସା ଆହୁରି କହିଥିଲେ,‘‘ଏମିତି ଏକ ସମୟ ଥିଲା ଯେତେବେଳେ ମୋ ପାଖରେ ଟଙ୍କା ନଥିଲା। ମୁଁ ପ୍ରତିଦିନ ଅଡିସନ୍‌ ଦେବାକୁ ଯାଉଥିଲି। ଅଧିକା ସମୟରେ ଏହି ଅଡିସନ୍‌ ଟିଭି କମରସିଆଲ ପାଇଁ ହେଉଥିଲା। ତଥାପି ଦେବାକୁ ଯାଉଥିଲି। କାରଣ ମୋର ସବୁବେଳେ ଚିନ୍ତା ଥିଲା ଯଦି ମତେ କିଛି କାମ ନମିଳିବ ତେବେ ଘର ଭଡ଼ା କେମିତି ଦେବି।’

ଦିସା ବଲିଉଡ୍‌ ଫିଲ୍ମ ‘ଏମ୍‌ ଏସ୍‌ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ଚରିତ୍ର ଛୋଟ ଥିଲା। ତଥାପି ସେ ଦର୍ଶକଙ୍କ  ଭଲ ପାଇବା ସାଉଁଟିବାରେ ସମର୍ଥ ହୋଇଥିଲେ। ଏହି ଫିଲ୍ମ ପୂର୍ବରୁ ତାଙ୍କୁ ଆଉ ଏକ ଫିଲ୍ମ ପାଇଁ ସାଇନ୍‌ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ସେହି ଫିଲ୍ମରୁ କାଢ଼ି ଦିଆଯାଇଥିଲା।

ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବାଗୀ-2’କୁ ଖୁବ୍‌ ଭଲ ରେସପନ୍ସ ମିଳିଛି। ଫିଲ୍ମଟି ମାତ୍ର ତିନି ଦିନରେ ପାଖାପାଖି ୭୪ କୋଟି ଟଙ୍କା ଆୟ କରିସାରିଲାଣି। ଫିଲ୍ମରେ ଦିସା ଓ ଟାଇଗରଙ୍କ ଅନ୍‌ ସ୍କ୍ରିନ୍‌ ସିଜିଲିଂ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos