କ’ଣ ଆଉ ଉଠିପାରିବ ଦିବ୍ୟାଙ୍କ ମୃତ୍ୟୁ ଉପରୁ ପରଦା ?

ମୁମ୍ବାଇ: ମୃତ୍ୟୁ ଜୀବନର ସବୁଠି ବଡ଼ ସତ୍ୟ। ହେଲେ ଅକାଳ ମୃତ୍ୟୁ  ନେଇଆସେ ଅନେକ ପ୍ରଶ୍ନ। ଯେଉଁଠି ଏହି ଅକାଳ ମୃତ୍ୟୁର ଉତ୍ତର ମିଳି ନଥାଏ ସେଠାରେ ଏହା ପାଲଟିଯାଏ ରହସ୍ୟମୟ ମୃତ୍ୟୁ। ଭାରତରେ ଏପରି ଅନେକ ଲୋକଙ୍କ ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି।  ଯାହା ମଧ୍ୟରେ ଅନେକ ଫିଲ୍ମି କଳାକାର ମଧ୍ୟ ଅଛନ୍ତି। ଆଜି ଆମେ ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ବିଷୟରେ କଥା ହେବା। ଯାହାଙ୍କ ମୃତ୍ୟୁ ଆଜି ବି ଏକ […]

divya final

divya final

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 11:40 AM IST

Sports

Latest News

ମୁମ୍ବାଇ: ମୃତ୍ୟୁ ଜୀବନର ସବୁଠି ବଡ଼ ସତ୍ୟ। ହେଲେ ଅକାଳ ମୃତ୍ୟୁ  ନେଇଆସେ ଅନେକ ପ୍ରଶ୍ନ। ଯେଉଁଠି ଏହି ଅକାଳ ମୃତ୍ୟୁର ଉତ୍ତର ମିଳି ନଥାଏ ସେଠାରେ ଏହା ପାଲଟିଯାଏ ରହସ୍ୟମୟ ମୃତ୍ୟୁ। ଭାରତରେ ଏପରି ଅନେକ ଲୋକଙ୍କ ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି।  ଯାହା ମଧ୍ୟରେ ଅନେକ ଫିଲ୍ମି କଳାକାର ମଧ୍ୟ ଅଛନ୍ତି। ଆଜି ଆମେ ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ବିଷୟରେ କଥା ହେବା। ଯାହାଙ୍କ ମୃତ୍ୟୁ ଆଜି ବି ଏକ ରହସ୍ୟ ଭିତରେ ରହିଛି।

ଦିବ୍ୟାଙ୍କ ଜନ୍ମ ୧୯୭୪ ମସିହା ଫେବ୍ରୁଆରୀ ୨୫ ତାରିଖ ହୋଇଥିଲା। ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଦିବ୍ୟା ଅନେକ କମ୍‌ ସମୟ ଭିତରେ ସେ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ବିଶେଷ କରି ‘ଦିୱାନା’ ଫିଲ୍ମରେ ତାଙ୍କ ଅଭିନୟ ପାଇଁ ଦର୍ଶକେ ବେଶ ପସନ୍ଦ କରିଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଫିଲ୍ମ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ସେ ୧୯୯୧ ରୁ ୧୯୯୩ ମଧ୍ୟରେ ୧୪ଟି ହିନ୍ଦି ଓ ୭ଟି ଦକ୍ଷିଣ ଭାରତୀୟ ଫିଲ୍ମ କରିଥିଲେ। ସେ ୧୯୯୨ ମସିହାରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ନାଦିଆୱାଲାଙ୍କୁ ବିବାହ କରିଥିଲେ। ୧୯୯୩ ମସିହା ଏପ୍ରିଲ ୩ ତାରିଖ ଦିନ ଘରର ଝରକାରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ରିପୋର୍ଟରେ ମଦ ନିଶାରେ ବାଲକୋନିରୁ ପଡ଼ିଯିବାକୁ ମୃତ୍ୟୁ ହୋଇଥିବା କାରଣ ଦର୍ଶାଯାଇଥିଲା। କିଛି ଲୋକ ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଲେ। ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରାଯାଇଥିଲା। ସେ ସମୟରେ ନାଦିଆୱାଲା ଦିବ୍ୟାକୁ ନେଇ ଫିଲ୍ମ ‘ଲାଡଲା’ ଆରମ୍ଭ କରିବାକୁ ଯାଉଥିଲେ। ପରେ ଏଥିରେ ଶ୍ରୀଦେବୀ କାମ କରିଥିଲେ।

ହତ୍ୟା ଓ ଆତ୍ମହତ୍ୟା ଭିତରେ ଛନ୍ଦି ହୋଇଥିବା ଦିବ୍ୟାଙ୍କର ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି। ପୋଲିସ୍ ଘଟଣାର ଫାଇଲ ମଧ୍ୟ ବନ୍ଦ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos