ହାଇ ହିଲ୍‌ ପିନ୍ଧି ନାଚିଲେ, ମହୁମାଛି ଭୟରେ ଲୁଚିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍‌ର ସାନ୍‌ ବାବୁସାନ୍‌ ଏବଂ ସୁନ୍ଦରୀ ଦିବ୍ୟା। ଫିଲ୍ମଟି ରଜରେ ରିଲିଜ୍‌ ହୋଇଛି। ଫିଲ୍ମଟିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ଆଉ ଏହି ଦର୍ଶକୀୟ ଆଦୃତୀ ଏହା ଉପରେ ଲଗାଇଛି ସୁପରହିଟ୍‌ର ମୋହର। ଜାଣିଛନ୍ତି, ସିନେମାରେ ଯଦି କେହି ସବୁଠାରୁ ଅଧିକ ପ୍ରଶଂସିତ ହୋଇଛନ୍ତି ସେ କିଏ ? ସେ ହେଉଛନ୍ତି ନବାଗତା […]

babu san

babu san

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 06:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍‌ର ସାନ୍‌ ବାବୁସାନ୍‌ ଏବଂ ସୁନ୍ଦରୀ ଦିବ୍ୟା। ଫିଲ୍ମଟି ରଜରେ ରିଲିଜ୍‌ ହୋଇଛି। ଫିଲ୍ମଟିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ଆଉ ଏହି ଦର୍ଶକୀୟ ଆଦୃତୀ ଏହା ଉପରେ ଲଗାଇଛି ସୁପରହିଟ୍‌ର ମୋହର।

ଜାଣିଛନ୍ତି, ସିନେମାରେ ଯଦି କେହି ସବୁଠାରୁ ଅଧିକ ପ୍ରଶଂସିତ ହୋଇଛନ୍ତି ସେ କିଏ ? ସେ ହେଉଛନ୍ତି ନବାଗତା ଅଭିନେତ୍ରୀ ଦିବ୍ୟା। ଦିବ୍ୟାଙ୍କର ଏହା ଡେବ୍ୟୁ ଫିଲ୍ମ । ପୂର୍ବରୁ ସେ ଦକ୍ଷିଣ ଭାରତୀୟ ସିନେମାରେ କାମ କରି ସାରିଛନ୍ତି। ହେଲେ ଏହା ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ। ଏଥିରେ ଦିବ୍ୟାଙ୍କର ଏକ୍ସପ୍ରେସନ୍‌କୁ ନେଇ ଜୋରଦାର ଚର୍ଚ୍ଚା । ହେଲେ ଦିବ୍ୟା କହିଛନ୍ତି, ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର, ଅଶୋକ ପତିଙ୍କ ପରି ଜଣେ ନିର୍ଦ୍ଦେଶକ ଏବଂ ଓଲିଉଡ୍‌ର ସୁପରଷ୍ଟାର ବାବୁସାନ୍‌ଙ୍କ ସହ କାମ କରି ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି। ଏହା ସହ ସୁଟିଂ ସମୟର କିଛି ନିଆରା ଅନୁଭୂତି ମଧ୍ୟ ବାଣ୍ଟିଛନ୍ତି ଦିବ୍ୟା। ତା ହେଲେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ଦିବ୍ୟା।

ବାବୁସାନ୍‌ ‘ସୁପର ମ୍ୟାନ୍‌’
ଦିବ୍ୟାଙ୍କ କହିବା ଅନୁଯାୟୀ ଡେବ୍ୟୁ ଫିଲ୍ମରେ ବାବୁସାନ୍‌ଙ୍କ ପରି ଜଣେ ସୁପରଷ୍ଟାରଙ୍କ ସହ କାମ କରିବାକୁ ନେଇ ସେ ବହୁତ ଖୁସି ଥିଲେ। ପ୍ରଥମ ଦିନ ସୁଟିଂ ସେଟ୍‌ରେ କିନ୍ତୁ ସେ ଟିକେ ନରଭସ୍‌ ଥିଲେ। ଏକଥା ବାବୁସାନ୍‌ ଜାଣିପାରିଥିଲେ ଏବଂ ତାଙ୍କ ପାଖକୁ ଆସି ବୁଝାଇଥିଲେ। ଆଉ ତା ପରେ କାମ କରିବା ସହଜ ହୋଇଗଲା। ଆଉ ଏଇଥିପାଇଁ ଦିବ୍ୟା ତାଙ୍କୁ ଜଣେ ସୁପର ମ୍ୟାନ୍‌ ବୋଲି କହିଛନ୍ତି ।

ଡଙ୍ଗାରେ ଏକା ଏକା    
ଫିଲ୍ମରେ ‘ଆହିସ୍ତା ଆହିସ୍ତା’ ଗୀତର ସୁଟିଂ ଚାଲିଥାଏ। ପାଣି ମଝିରେ ଏକ ଡଙ୍ଗାରେ ରହି ବାବୁସାନ୍‌ ଆଉ ଦିବ୍ୟାଙ୍କୁ ଏକାଠି ଡାନ୍ସ କରିବାର ଥିଲା। ହେଲେ ଦିବ୍ୟାଙ୍କୁ ପାଣି ମଝିରେ ରହିବାକୁ ଏକଦମ୍‌ ଡର ଲାଗିଲା । କିଛି ସମୟ ପାଇଁ ଫିଲ୍ମର କ୍ର୍ୟୁ ମେମ୍ବର ତାଙ୍କୁ ଛାଡି ପଳାଇଲେ। ଆଉ ଏକା ପଡିଗଲେ ଦିବ୍ୟା। ଆଖି ଛଳଛଳ ହୋଇଯାଉଥିବା ବେଳେ ବାବୁସାନ୍‌ ତାଙ୍କ ପାଖରେ ରହି ସାହାସ ଦେଇଥିଲେ।

ସୁଟିଂ ସେଟ୍‌କୁ ଜମେଇଦେଲା ସୁଧାକର ବସନ୍ତଙ୍କର ଡାଏଲଗ୍‌
ସୁଟିଂ ସମୟରେ କୋରିଓଗ୍ରାଫର ସୁଧାକର ବସନ୍ତ ଗୋଟେ ଡାଏଲୋଗ୍‌ ମାରୁଥିଲେ। ଯାହାକୁ ଶୁଣି ସମସ୍ତ କ୍ର୍ୟୁ ମେମ୍ବର ହସୁଥିଲେ। ସେହି ଡାଇଲୋଗ୍‌ ଟି ହେଉଛି- ‘ଓଡିଶାର ଲୋକେ ୩ଜଣଙ୍କୁ ଭଲ ପାଆନ୍ତି-ଜଗନ୍ନାଥ, ନବୀନ ପଟ୍ଟନାୟକ ଏବଂ ସୁଧାକର ବସନ୍ତ ।’ ଯାହା ଶୁଣି ଦିବ୍ୟା ହସିହସି ବେଦମ୍‌ ହୋଇଥିଲେ।

ହିଲ୍‌ ପିନ୍ଧି ନାଚିବା ଭାରି କଷ୍ଟ
‘ଆହିସ୍ତା ଆହିସ୍ତା’ ଗୀତର ସୁଟିଂ ସମୟରେ ଟାଣ ଖରା ହେଉଥିଲା । ଆଉ ଦିବ୍ୟାଙ୍କ ପାଦରେ ଥିଲା ହାଇ ହିଲ୍‌। ସେଇ ହିଲ୍‌ ପିନ୍ଧି ନାଚିବା ବଡ଼ କଷ୍ଟ ହେଉଥିଲା ବୋଲି କହିଛନ୍ତି ଦିବ୍ୟା ।

ସୁଟିଂ ସେଟ୍‌ରେ ଆତଙ୍କ ଖେଳାଇଥିଲା ବିରୁଡି
ଫିଲ୍ମର ଏକ ଗୀତ ପାରଳାଖେମୁଣ୍ଡିରେ ସୁଟିଂ ହେଉଥାଏ। ଏହି ସେଟ୍‌ରେ ଡ୍ରୋନ୍ କ୍ୟାମେରା ବ୍ୟବହାର ହେଉଥାଏ। ପାଖରେ ଥିବା ଏକ ଗଛରେ ମହୁଫେଣା ଥିଲା।  ଡ୍ରୋନ୍‌ ଶବ୍ଦରେ ମହୁଫେଣାରୁ ମହୁ ମାଛି ଆସି ଟିମ୍‌ ମେମ୍ବରଙ୍କୁ ଗୋଡ଼ାଇଥିଲା। ପ୍ରାଣ ଭୟରେ ଯେ ଯାହା ବାଟରେ ଯିଏ ଦଉଡିଥିଲେ। ଏହି ସମୟରେ ଦିବ୍ୟାଙ୍କୁ ମହୁମାଛି କବଳରୁ ବଞ୍ଚାଇବା ପାଇଁ ଟେକି ନେଇ ଗୋଟେ ଘରେ ବନ୍ଦ କରି ରଖାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos