ମୁକ୍ତିଲାଭ କଲା ‘ବାଞ୍ଜୋ’ର ପ୍ରଥମ ଟିଜର ପୋଷ୍ଟର

banjo

ମୁମ୍ବାଇ: ‘ଏକ ଭିଲେନ୍‌’ ଷ୍ଟାର ରିତେଶ ଦେଶମୁଖ ଓ ‘ଆଝାର’ ଷ୍ଟାର ନର୍ଗିସ ଫକ୍ରୀଙ୍କ ଅଭିନୀତ ‘ବାଞ୍ଜୋ’ର ଟିଜର ପୋଷ୍ଟର ଆଜି ମୁକ୍ତିଲାଭ କରିଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ରିତେଶ ଦେଶମୁଖ। ସେ କହିଛନ୍ତି,“ ଏବେ ଯଦି କିଛି ବାଜିବ ତେବେ ତାହା ହେଉଛି ‘ବାଞ୍ଜୋ’।”

ଏହି ପୋଷ୍ଟରରେ ଅନେକ  ଗୁଡିଏ ବାଦ୍ୟଯନ୍ତ୍ର ସଜାଇ ରଖାଯାଇଥିବା ଦେଖିବାକୁ ମିଳିଛି। ଏହାସହ ଫିଲ୍ମର ମୋସନ ଫୋଷ୍ଟର ୨୭ ମେ’ରେ ଆସିବ ବୋଲି ଜଣାପଡିଛି।

ଏହି ଫିଲ୍ମକୁ ରବି ଯାଦବ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି କେ.ଲୁଲ୍ଲା।

ଆସନ୍ତା ସେପ୍ଟେମ୍ବର-୨୩ରେ ଫିଲ୍ମଟି ପରଦାକୁ ଆସିବ।

Previous ArticleNext Article

Send this to a friend