ରିଲିଜ୍‌ ହେଲା ‘ଫୋର୍ସ-2’

force-2

ମୁମ୍ବାଇ: ‘ରକ୍କି ହ୍ୟାଣ୍ଡସମ୍‌’ ଷ୍ଟାର ଜନ୍‌ ଆବ୍ରାହାମ୍‌ ଓ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଫୋର୍ସ-2’ ଆଜି ରିଲିଜ୍‌ ହୋଇଛି। ‘ଫୋର୍ସ-୨’ରେ ଜନ୍‌-ତାହୀରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳୁଛି। ଏଥିରେ ସୋନାକ୍ଷୀ ଓ ଜନ୍‌ ଦୁହେଁ ‘ର’ ଏଜେଣ୍ଟ ଭାବେ ନଜରକୁ ଆସୁଛନ୍ତି।

ଏହି ଫିଲ୍ମର ସିଟିଂ ଭାରତ ସମେତ ଚୀନ୍‌ ଓ ବୁଡାପେଷ୍ଟରେ କରାଯାଇଛି। ଏଥିରେ ଉଭୟ ସୋନାକ୍ଷୀ ଓ ଜନ୍‌ଙ୍କୁ ବହୁ ଷ୍ଟଣ୍ଟ ଓ ଫାଇଟ୍‌ କରୁଥିବାର ଦେଖିବାକୁ ମିଳୁଛି।

ଏହି ଫିଲ୍ମକୁ ଅଭିନୟ ଦେଓ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ତୁଲାଇଛନ୍ତି ଭି.ଏ. ଶାହ। ଏଥିରେ ରାମ ସମ୍ପଥ୍‌ ମ୍ୟୁଜିକ୍‌ ଦେଇଥିବା ବେଳେ ଷ୍ଟୋରୀ ଲେଖିଛନ୍ତି ରିତେଶ ଶାହ।

Previous ArticleNext Article

Send this to a friend