ବଲିଉଡ୍‌ରେ ପାଦ ଥାପିବେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଓ କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟରେ ପ୍ରେମ ଓ ବିବାହ କିଛି ନୂଆ କଥା ନୁହେଁ। ଏହାର ଅନେକ ଉଦାହରଣ ରହିଛି। ତେବେ ଏବେ ଏକ ନୂଆ ଖବର ଆସିଛି। ଜଣେ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ସ୍ତ୍ରୀ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କ ନାଁ ହସୀନ୍‌ ଜହାନ୍। ସେ ହେଉଛନ୍ତି ମୋହମ୍ମଦ ଶମୀଙ୍କ ସ୍ତ୍ରୀ। ଅବଶ୍ୟ ଦୁହେଁ ଆଉ ଏକାଠି ରହୁ ନାହାଁନ୍ତି। ମୁମ୍ବାଇରେ ମଡେଲିଂ କରୁଥିବା ହସୀନ୍‌ ନିର୍ଦ୍ଦେଶକ ଅମ୍‌ଜଦ୍‌ ଖାନ୍‌ଙ୍କ […]

uuu

uuu

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 12:16 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଓ କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟରେ ପ୍ରେମ ଓ ବିବାହ କିଛି ନୂଆ କଥା ନୁହେଁ। ଏହାର ଅନେକ ଉଦାହରଣ ରହିଛି। ତେବେ ଏବେ ଏକ ନୂଆ ଖବର ଆସିଛି। ଜଣେ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ସ୍ତ୍ରୀ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କ ନାଁ ହସୀନ୍‌ ଜହାନ୍। ସେ ହେଉଛନ୍ତି ମୋହମ୍ମଦ ଶମୀଙ୍କ ସ୍ତ୍ରୀ। ଅବଶ୍ୟ ଦୁହେଁ ଆଉ ଏକାଠି ରହୁ ନାହାଁନ୍ତି।

mohmmad

ମୁମ୍ବାଇରେ ମଡେଲିଂ କରୁଥିବା ହସୀନ୍‌ ନିର୍ଦ୍ଦେଶକ ଅମ୍‌ଜଦ୍‌ ଖାନ୍‌ଙ୍କ ଫିଲ୍ମ ‘ଫତ୍‌ୱା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ସେ ଜଣେ ସାମ୍ୱାଦିକାଙ୍କ ଭୂମିକାରେ ଅଭିନୟ କରିବେ। ଏହା ଭିତରେ ସେ ନିଜ ଓଜନ ୧୫ କିଲୋଗ୍ରାମ ହ୍ରାସ କରିସାରିଛନ୍ତି।

hasin

ହସୀନ୍‌ କହିଛନ୍ତି,“ଏବେ ମୋ ପାଇଁ କାମ କରିବା ଜରୁରୀ ହୋଇପଡ଼ିଛି। ନ ହେଲେ ମୁଁ କେମିତି ଚଳିବି। ଛୁଆର ଲାଳନପାଳନ କେମିତି କରିବି। ପୁଣି ଆଇନଗତ ଲଢ଼େଇ ପାଇଁ ବି ମୋର ଟଙ୍କା ଦରକାର। ଏଥିପାଇଁ ଅମ୍‌ଜଦ୍‌ଙ୍କ ସହ ଯୋଗାଯୋଗ କଲି ଓ ସେ ରାଜି ହୋଇଗଲେ।”

ମୋହମ୍ମଦ ଶମୀଙ୍କ ବିରୋଧରେ ହସୀନ୍‌ ଧୋକା, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ସହ ଆହୁରି ଅନେକ ଅଭିଯୋଗ କରିଥିଲେ। ଚାରି ମାସ ତଳେ ସେ ଶମୀଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଶମୀଙ୍କ ବିରୋଧରେ ସେ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ମଧ୍ୟ କରିଥିଲେ। ତେବେ ବିସିସିଆଇ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା।

ହସୀନ୍‌ ଜଣେ ପ୍ରୋଫେସ୍‌ନାଲ୍‌ ମଡେଲ୍‌ ଥିଲେ। କୋଲକାତା ନାଇଟ୍ ରାଇଡର୍ସ ପାଇଁ ସେ ଚୀୟର ଲିଡର ଭାବେ ମଧ୍ୟ କାମ କରିଥିଲେ। ୨୦୧୪ରେ ସେ ଶମୀଙ୍କୁ ବାହା ହେବା ପରେ ମଡେଲିଂ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos