କାହିଁକି ଦ୍ୱିତୀୟ ବିବାହ କଲେ ହିମେଶ ରେଶମିଆଁ ? ଜାଣନ୍ତୁ ସିକ୍ରେଟ

ମୁମ୍ବାଇ: ବଲିଉଡ୍‌ରେ ଚାଲିଛି ମ୍ୟାରେଜ୍‌ ସେରିମନି ।  ଅଭିନେତ୍ରୀ ସୋନମ କପୁର , ନେହା ଧୁପିଆଙ୍କ ପରେ ଗତକାଲି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହିମେଶଙ୍କ ଜୀବନସାଥୀ ହୋ‌ଇଛନ୍ତି ଅଭିନେତ୍ରୀ ସୋନିଆ କପୁର। ମୁମ୍ବାଇର ହିମେଶଙ୍କ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଛି। ହିମେଶଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ତେବେ ହିମେଶ ପ୍ରଥମେ ବିବାହ କରିଥିବା ବେଳେ କାହିଁକି ଦ୍ୱିତୀୟ ବିବାହ କଲେ? ପ୍ରଥମ ସ୍ତ୍ରୀ ସହ ଏମିତି […]

himesh-1

himesh-1

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 05:09 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଚାଲିଛି ମ୍ୟାରେଜ୍‌ ସେରିମନି ।  ଅଭିନେତ୍ରୀ ସୋନମ କପୁର , ନେହା ଧୁପିଆଙ୍କ ପରେ ଗତକାଲି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହିମେଶଙ୍କ ଜୀବନସାଥୀ ହୋ‌ଇଛନ୍ତି ଅଭିନେତ୍ରୀ ସୋନିଆ କପୁର। ମୁମ୍ବାଇର ହିମେଶଙ୍କ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଛି। ହିମେଶଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ତେବେ ହିମେଶ ପ୍ରଥମେ ବିବାହ କରିଥିବା ବେଳେ କାହିଁକି ଦ୍ୱିତୀୟ ବିବାହ କଲେ? ପ୍ରଥମ ସ୍ତ୍ରୀ ସହ ଏମିତି କଣ ଘଟିଲା ଯେ, ଶେଷରେ ତାଙ୍କ ହାତ ଛାଡ଼ିବାକୁ ପଡ଼ିଲା। ଆସନ୍ତୁ ଜାଣିବା ପୂରା ଘଟଣା ଉପରେ।

ହିମେଶଙ୍କ ହାତ ଧରିଥିବା ସୋନିଆ ହେଉଛନ୍ତି ଜଣେ ଟେଲିଭିଜନ ଅଭିନେତ୍ରୀ। କୈଶା ୟେ ପ୍ୟାର୍‌ ହୈ, ଜୁଗୁନି ଚଲି ଜଳନ୍ଧର, ୟେସ୍‌ ବସ୍‌ ସିରିଏଲରେ ଅଭିନୟ କରିଛନ୍ତି ସୋନିଆ।  ତେବେ ଏହି ଉତ୍ସବକୁ ହିମେଶ ତାଙ୍କର କୌଣସି ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ କରି ନ ଥିଲେ। କେତେକ ନିକଟ ସମ୍ପର୍କୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିବାହ ଉତ୍ସବରେ ହିମେଶଙ୍କ ପୁଅ ସ୍ୱୟମ ଉପସ୍ଥିତ ଥିଲେ। ପ୍ରଥମ ପତ୍ନୀ କୋମଲ(୨୦)ଙ୍କ ଏବଂ ହିମେଶଙ୍କ ମଧ୍ୟରେ ଗତ ବର୍ଷ ବିବାହ ବିଚ୍ଛେଦ ହୋଇଥିଲା। ଉଭୟେ ୨୨ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ।

୨୦୧୬ରେ ଉଭୟ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। କେହି କେହିଙ୍କ କହିବା ଅନୁଯାୟୀ, ହିମେଶ ନିଜ କ୍ୟାରିୟରରେ ସଫଳତା ପାଇବା ପରେ ପତ୍ନୀ କୋମଲଙ୍କୁ  ଧୋକା ଦେଇ ଆସୁଥିଲେ। ଅନ୍ୟପକ୍ଷରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ଏବଂ ଛାଡ଼ପତ୍ରକୁ ନେଇ ଆଉ କେହି ପତ୍ନୀ କୋମଲଙ୍କୁ ଦାୟୀ କରୁଥିଲେ। । ସେହିପରି ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ପଛରେ ହିମେଶଙ୍କ ପ୍ରେମିକା ସୋନିଆ ହିଁ କାରଣ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏନେଇ କୋମଲ ସ୍ପଷ୍ଟୀକରଣ ରଖିଥିଲେ। ଏହି ଛାଡ଼ପତ୍ର ପାଇଁ କେହି ଦାୟୀ ନୁହନ୍ତି । ଆମେ ଉଭୟଙ୍କୁ ସମ୍ମାନ ଦେଉ ବୋଲି ସେ ସମୟରେ ହିମେଶ କହିଥିଲେ। ତେବେ ଦୁହେଁ ଅଲଗା ହେବା ପରେ ଗତକାଲି ହିମେଶ ପ୍ରେମିକା ସୋନିଆଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos