ପୁଣି ନିକଟତର ହେଉଛନ୍ତି ହ୍ରିତିକ ଓ ସୁଜେନ

ମୁମ୍ବାଇ: ବଲିଉଡରେ ପରଦା ପଛର କାହାଣୀ ଅଜବ। ରଙ୍ଗିନ ଦୁନିଆ ପରି ପଛରେ ରହିଛି ଅନେକ ରହସ୍ୟ। ଆଜି ଯିଏ ମିତ୍ର କାଲି ବନି ଯାଇଥାଏ ପରମ ଶତ୍ରୁ। ଫ୍ରେଣ୍ଡସିପ୍‌ର ଡିଣ୍ଡିମ ପିଟୁଥିବା ଷ୍ଟାର ରାତାରାତି ବନି ଯାଇଥାନ୍ତି ଜୀବନସାଥୀ। ଆଉ କିଛି ବିବାହ, ରୋମାନ୍ସ ଓ ବିଚ୍ଛେଦ ପରେ ପୁଣି ହୋଇଯାଇଥାନ୍ତି ନିକଟତର। ଏପରି ଏକ ଖବରକୁ ନେଇ ଏବେ ବି-ଟାଉନ ଉଠୁଛି ପଡୁଛି। ଖବରଟି କ୍ରିସ୍‌ ଷ୍ଟାର ହ୍ରିତକ ରୋଶନ ଏବଂ ତାଙ୍କ ଛାଡପତ୍ର […]

hrithik

hrithik

Rakesh Mallick
  • Published: Monday, 14 August 2017
  • Updated: 14 August 2017, 07:57 PM IST

Sports

Latest News

ମୁମ୍ବାଇ: ବଲିଉଡରେ ପରଦା ପଛର କାହାଣୀ ଅଜବ। ରଙ୍ଗିନ ଦୁନିଆ ପରି ପଛରେ ରହିଛି ଅନେକ ରହସ୍ୟ। ଆଜି ଯିଏ ମିତ୍ର କାଲି ବନି ଯାଇଥାଏ ପରମ ଶତ୍ରୁ। ଫ୍ରେଣ୍ଡସିପ୍‌ର ଡିଣ୍ଡିମ ପିଟୁଥିବା ଷ୍ଟାର ରାତାରାତି ବନି ଯାଇଥାନ୍ତି ଜୀବନସାଥୀ। ଆଉ କିଛି ବିବାହ, ରୋମାନ୍ସ ଓ ବିଚ୍ଛେଦ ପରେ ପୁଣି ହୋଇଯାଇଥାନ୍ତି ନିକଟତର। ଏପରି ଏକ ଖବରକୁ ନେଇ ଏବେ ବି-ଟାଉନ ଉଠୁଛି ପଡୁଛି। ଖବରଟି କ୍ରିସ୍‌ ଷ୍ଟାର ହ୍ରିତକ ରୋଶନ ଏବଂ ତାଙ୍କ ଛାଡପତ୍ର ପତ୍ନୀ ସୁଜେନ ଖାନକୁ ନେଇ। ଶୁଣାଯାଉଛି ପୁଣି ଉଭୟ ନିକଟତର ହେଉଛନ୍ତି।

ବିବାହ ବିଚ୍ଛେଦ ପରେ ମଧ୍ୟ ସୁଜେନଙ୍କୁ ହ୍ରିତିକ ଓ ତାଙ୍କ ପିଲାଙ୍କ ସହ ଏକାଧିକ ଥର ଦେଖିବାକୁ ମିଳିଛି। ଏହାସହ ହ୍ରିତିକଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସୁଜେନ ସବୁବେଳେ ଯୋଗାଯୋଗରେ ରହୁଛନ୍ତି।

ପ୍ରେମରେ ପଡିଥିବା ଏହି ଷ୍ଟାର ଲଭ ବାର୍ଡ ବିବାହ କରି ନେଇଥିଲେ। ହେଲେ ଏହି ବିବାହ ତିଷ୍ଠି ନଥିଲା। ୨୦୧୪ରେ ଭୟ ଅଲଗା ହୋଇଯାଇଥିଲେ। ଏବେ ପୁଣି ଉଭୟଙ୍କୁ ଏକାଠି ଛୁଟି କାଟୁଥିବା ଦେଖିବାକୁ ମିଳୁଛି। ନିକଟରେ ହ୍ରିତିକ ଓ ସୁଜେନଙ୍କୁ ଦୁଇ ପିଲା ରୁହାନ ଓ ରୁଦାନଙ୍କ ସହ ରେଷ୍ଟୁରାଣ୍ଟ ବାହାରେ ଏକାଠି ଦେଖିବାକୁ ମିଳିଥିଲା। ହ୍ରିତିକ ନିଜ ପୂର୍ବତନ ପତ୍ନୀ ସୁଜେନ ଓ ଦୁଇ ପିଲାଙ୍କ ସହ ଡେଟ ଉପଭୋଗ କରିବାକୁ ଯାଇଥିଲେ। କିଛିଦିନ ତଳେ ଏହି ଦୁଇଜଣ ନିଜ ବନ୍ଧୁମାନଙ୍କ ସହ ଛୁଟି କାଟିବାକୁ ଯାଇଥିବାର ଦେଖିବାକୁ ମିଳିଥିଲା। ବଲିଉଡ ଅଭିନେତ୍ରୀ  ସୋନାଲି ଓ ଗାୟତ୍ରୀ ଯୋଶୀ ଛୁଟିଦିନର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଗକୁ ଏହି ଏକ୍ସକପଲ ଆଗକୁ ପୁଣି ଏକାଠି ହେବା କଥା ଏବେ ବି-ଟାଉନରେ ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos