ହ୍ରିତିକ୍‌ ଆଉ ତାଙ୍କ ବାପାଙ୍କ ଭିତରେ ପାଚେରି ଛିଡ଼ା କରିଛି ଏହି ଫିଲ୍ମ

hritik

ମୁମ୍ବାଇ: ବଲିଉଡ୍‌ କାବିଲ୍‌ ବୟ ହ୍ରିତିକ୍‌ ରୋଶନଙ୍କୁ ଜଣେ ଦକ୍ଷ ଅଭିନେତା ସହ ଜଣେ ଆଜ୍ଞାକାରୀ ପୁଅ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସେ ରିଲ୍‌ ଲାଇଫ୍‌ ସହ ରିଅଲ ଲାଇଫ୍‌ରେ ବି ଜଣେ ଭଲ ପୁଅ ବୋଲି ସବୁବେଳେ ଚର୍ଚ୍ଚିତ ହୋଇଥାନ୍ତି । ବାପା ରାକେଶ ରୋଶନ୍‌ଙ୍କୁ ଗୁରୁବୋଲି ମାନି ତାଙ୍କ ତତ୍ୱାବଧାନରେ ସବୁ କାମ କରନ୍ତି ହ୍ରିତିକ।

ହେଲେ ଏବେ କୁଆଡେ ବାପ-ପୁଅଙ୍କ ଭିତରେ ପଡୁନି। ଏହି ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଜାଣିଛନ୍ତି ଏମିତି ମତାନ୍ତର ପାଇଁ ଗୋଟିଏ ଫିଲ୍ମ ହିଁ ଦାୟୀ। ସେ ଫିଲ୍ମଟି ହେଉଛି ‘କ୍ରିସ୍‌-୪’।ଖବର ମୁତାବକ ରାକେଶ୍‌ ରୋଶନ୍ ଆଗକୁ  ‘କ୍ରିସ୍‌-୪’ ତିଆରି କରିବାକୁ ଯାଉଛନ୍ତି। କିନ୍ତୁ ଫିଲ୍ମରେ କିଛି କ୍ରିଏଟିଭିଟିକୁ ନେଇ ବାପା ପୁଅଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି। ସୂତ୍ର ମୁତାବକ ହ୍ରିତିକ୍‌ ନିଜ ବାପାଙ୍କ କଥା ନ ଶୁଣି କିଛି ଭିନ୍ନ ଶୈଳୀରେ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ଦର୍ଶକଙ୍କୁ ଯେମିତି ପସନ୍ଦ ଆସିବା ସେଥିପାଇଁ କିଛି ନୂଆ କରିବାକୁ ଚାହୁଁଛନ୍ତି। କିନ୍ତୁ ରାକେଶ ଏଥିରେ ନିଜେ ମତ ନ ରଖିଥିବାରୁ ‘କ୍ରିସ୍‌ -୪’ ତିଆରି ହେବାରେ ଖୁବ୍‌ ବିଳମ୍ବ ହେଉଛି।

ଆପଣ ଜାଣିଥିବେ ରେକେଶ ରୋଶନ ଜଣେ ଭଲ ବାପା ଏବଂ ଜଣେ ଭଲ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ। ସେ ହ୍ରିତିକଙ୍କ ଫିଲ୍ମ ଚୟନଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସହାୟତା କରନ୍ତି। ଏମିତି କି ହ୍ରିତିକ ନିଜ ଫିଲ୍ମ କ୍ୟାରିୟର ରାକେଶଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘କହୋନା ପ୍ୟାର୍‌ ହୈ’ରୁ ହିଁ ଆରମ୍ଭ କରିଥିଲେ।

 

 

Previous ArticleNext Article

Send this to a friend