ଟ୍ୱିଟ୍‌ରରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ ଷ୍ଟାର

ମୁମ୍ବାଇ: ୭୧ ତମ ସ୍ୱାଧୀନତା ଦିବସକୁ ନେଇ ସାରେ ଦେଶରେ ଉତ୍ସବର ମାହୋଲ। ପିଲାଠାରୁ ବୟସ୍କ ସମସ୍ତେ ଖୁସି ମନାଉଛନ୍ତି। ସୋସିଆଲ ମିଡିଆରେ ସମସ୍ତେ ସ୍ୱାଧୀନତା ଦିସବର ଶୁଭେଚ୍ଛା ଦେଉଛନ୍ତି। ବଲିଉଡ ମଧ୍ୟ ଏଥିରୁ ବାଦ ପଡିନାହିଁ। ବହୁ ଷ୍ଟାର ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ତ୍ରିରଙ୍ଗା ପତକାକୁ ସାଲ୍ୟୁଟ କରିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଦେଶବାସୀଙ୍କୁ ଶୁଭକାମନା ଦେବା ସହ ଜୟ ହିନ୍ଦ ଲେଖିଛନ୍ତି। […]

independence

independence

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 02:05 PM IST

Sports

Latest News

ମୁମ୍ବାଇ: ୭୧ ତମ ସ୍ୱାଧୀନତା ଦିବସକୁ ନେଇ ସାରେ ଦେଶରେ ଉତ୍ସବର ମାହୋଲ। ପିଲାଠାରୁ ବୟସ୍କ ସମସ୍ତେ ଖୁସି ମନାଉଛନ୍ତି। ସୋସିଆଲ ମିଡିଆରେ ସମସ୍ତେ ସ୍ୱାଧୀନତା ଦିସବର ଶୁଭେଚ୍ଛା ଦେଉଛନ୍ତି। ବଲିଉଡ ମଧ୍ୟ ଏଥିରୁ ବାଦ ପଡିନାହିଁ। ବହୁ ଷ୍ଟାର ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ତ୍ରିରଙ୍ଗା ପତକାକୁ ସାଲ୍ୟୁଟ କରିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଦେଶବାସୀଙ୍କୁ ଶୁଭକାମନା ଦେବା ସହ ଜୟ ହିନ୍ଦ ଲେଖିଛନ୍ତି।

ମିକା ସିଂ ମଧ୍ୟ ସ୍ୱାଧିନତା ଦିବସ ଉପଲକ୍ଷେ ଜୟ ହୀନ୍ଦ ଲେଖି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସୁସ୍ମିତା ସେନ ସେନାବାହିନୀର ଦେଶଭକ୍ତି, ଦାୟିତ୍ୱ ଓ ତ୍ୟାଗକୁ ସାଲ୍ୟୁଟ କରିବା ସହ ଜୟ ହୀନ୍ଦ ଲେଖି ଶୁଭେଚ୍ଛା ଜଣାଇଛନ୍ତି।

‘ଏୟାରଲିଫ୍ଟ’ ଷ୍ଟାର ନିମ୍ରତ କୋର ବୀର ସୈନିକଙ୍କ ଅଦମ୍ୟ ସାହସ ଓ ବୁଦ୍ଧିକୁ ସଲାମ ଜଣାଇଛନ୍ତି।

ଅନୁପମ ଖେର ଜୟ ହୀନ୍ଦ ଲେଖି ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି।

ଫରହାନ ଅକ୍ତର ମଧ୍ୟ ସୋସିଆଲ ମିଡିଆରେ ୭୧ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos