ଅଭୟ ହେୟାରଷ୍ଟାଇଲ କ୍ରେଜ: ଜାଣିଛନ୍ତି, ସ୍କୁଲବେଳେ କାହା ପରି ଚୁଟି କାଟିବାକୁ ଚାହୁଁଥିଲେ ଅନୁଭବ?

ଭୁବନେଶ୍ୱର: ସାରା ଓଡିଶାରେ ଏବେ ‘ଅଭୟ’ର ଯାଦୁ। ରାଜଧାନୀର ସେଲୁନ ବାହାରେ ଲାଗିଛି ଅନୁଭବ-ପ୍ରେମୀଙ୍କ ଭିଡ କାହିଁକି ଜାଣିଛନ୍ତି?  ଅଭୟ ଫିଲ୍ମର ରିଲିଜ ପରେ ଅନୁଭବଙ୍କ ହେୟାର ଷ୍ଟାଇଲ ଦିୱାନା କରିଛି ଯୁବପିଢିଙ୍କୁ ଯେମିତି ହିନ୍ଦି ଫିଲ୍ମ ଗଜନୀ ରିଲିଜ୍ ହେବା ପରେ ଦର୍ଶକଙ୍କୁ ପାଗଳ କରିଥିଲା ଆମିର ଖାନ୍‌ଙ୍କ ହେୟାରଷ୍ଟାଇଲ ।

ବିଶେଷ କରି ଯୁବପିଢି ଭିତରେ ଏହି କ୍ରେଜ୍ ଦେଖିବାକୁ ମିଳିଛି । ଅଭୟ ଭଳି ହେୟାର ଷ୍ଟାଇଲ କରିବା ପାଇଁ ବିଭିନ୍ନ ସେଲୁନରେ ଲାଗିଛି ଯୁବକଙ୍କ ଭିଡ। କେବଳ ଭୁବନେଶ୍ୱର ନୁହେଁ ବିଭିନ୍ନ ସ୍ଥାନରୁ ଯୁବକମାନେ ଆସି ରାଜଧାନୀରେ ପହଞ୍ଚୁଛନ୍ତି ଅଭୟ ଷ୍ଟାଇଲରେ ଚୁଟି କାଟିବାକୁ।  ତେବେ କ’ଣ ରହିଛି ଏହି ହେୟାରଷ୍ଟାଇଲ ପଛର ରହସ୍ୟ? କଣ ପାଇଁ ଏପରି ହେୟାରଷ୍ଟାଇଲ କରି  ନିଜର ଲୁକ୍ ଚେଞ୍ଜ କରିଛନ୍ତି ଅନୁଭବ? ପୁରା ଗୁମର ଖୋଲିଛନ୍ତି ନିଜେ ଅନୁଭବ।  ଦେଖନ୍ତୁ ଓଡିଶାରିପୋର୍ଟର ଏକ୍ସକ୍ଲୁସିଭ୍ ଇଣ୍ଟରର୍ଭ୍ୟୁ।

Previous ArticleNext Article

Send this to a friend