ଅନୁଷ୍କା ଗର୍ଭବତୀ! ଚର୍ଚ୍ଚାରେ କୋହଲିଙ୍କ ଟ୍ୱିଟ୍‌

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବିରୁଷ୍କା। ଏଥର ଏକ ରୋଚକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଅନୁଷ୍କା ଶର୍ମା କୁଆଡ଼େ ଗର୍ଭବତୀ ଅଛନ୍ତି। ଏକଥା ଅନ୍ୟ କେହି ନୁହଁ ଖୋଦ୍ ବିରାଟ ହିଁ ଇଶାରା ଇଶାରାରେ ଏମିତି ଏକ ଟ୍ୱିଟ୍‌ କରି ନିଜେ ଫସିଯାଇଛନ୍ତି। ତାଙ୍କ ପ୍ରଶଂସକମାନେ ପଚାରିଛନ୍ତି ଅନୁଷ୍କା କ’ଣ ଗର୍ଭବତୀ ଅଛନ୍ତି। ହେଲେ ଉତ୍ତରରେ ବିରାଟ କିଛି ସ୍ପଷ୍ଟ ଜବାବ ରଖି ନାହାନ୍ତି। କଥା ହେଉଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ […]

virat

virat

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 06:49 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବିରୁଷ୍କା। ଏଥର ଏକ ରୋଚକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଅନୁଷ୍କା ଶର୍ମା କୁଆଡ଼େ ଗର୍ଭବତୀ ଅଛନ୍ତି। ଏକଥା ଅନ୍ୟ କେହି ନୁହଁ ଖୋଦ୍ ବିରାଟ ହିଁ ଇଶାରା ଇଶାରାରେ ଏମିତି ଏକ ଟ୍ୱିଟ୍‌ କରି ନିଜେ ଫସିଯାଇଛନ୍ତି। ତାଙ୍କ ପ୍ରଶଂସକମାନେ ପଚାରିଛନ୍ତି ଅନୁଷ୍କା କ’ଣ ଗର୍ଭବତୀ ଅଛନ୍ତି। ହେଲେ ଉତ୍ତରରେ ବିରାଟ କିଛି ସ୍ପଷ୍ଟ ଜବାବ ରଖି ନାହାନ୍ତି।

କଥା ହେଉଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ଇଟାଲିରେ ହୋଇଥିଲା । ଏବେ ତାଙ୍କ ବିବାହକୁ କିଛି ମାସ ହୋଇଛି କି ନାହିଁ ଅନୁଷ୍କା କୁଆଡ଼େ ଗର୍ଭବତୀ ଅଛନ୍ତି ବୋଲି ଶୁଣାଯାଉଛି । ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେଣି। ତେବେ ପ୍ରକୃତ କଥାଟା କ'ଣ ଆମେ ଜଣାଇଦେଉଛୁ।

କଥା ହେଉଛି କୋହଲି ସାଉଥ୍‌ ଆଫ୍ରିକା ସିରିଜ୍‌ ପରେ ଟେଷ୍ଟରେ ଅଛନ୍ତି। ଶ୍ରୀଲଙ୍କାରେ ଖେଳାଯାଉଥିବା ନିଦାହାସ ଟ୍ରଫି ପାଇଁ ଖେଳୁ ନାହାଁନ୍ତି। ତେଣୁ ଏବେ ସେ ପୂରା ସମୟ ସେ ପତ୍ନୀ ଅନୁଷ୍କା ଓ ପରିବାର ସହ ବିତାଇବାର ଦେଖିବାକୁ ମିଳୁଛି। ସୋସିଆଲ୍‌ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବିରାଟ ବୁଲାବଲି ଭ୍ୟାକେସନ୍‌ର ଫଟୋ ମଧ୍ୟ ସେୟାର କରୁଛନ୍ତି। ନିକଟରେ ସେ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରି ଏକ ଚ୍ୱିଟ କରିଛନ୍ତି। ସେ ଲେଖିଛନ୍ତି  "ଏଠାରେ ବହୁତ କିଛି ଘଟୁଛି, ସେ ସବୁ ବିଷୟରେ ଖୁବ୍‌ ଶୀଘ୍ର ଖବର ମିଳିବ"। ଏହି ଗୋଟେ ଲାଇନ୍‌ର ଚ୍ୱିଟ ତାଙ୍କୁ ପ୍ରଶ୍ନଘେରରେ ପକାଇ ଦେଇଛି।

କିଛି ପ୍ରଶଂସକଙ୍କ ରି-ଟ୍ୱିଟ କରି ପଚାରିଛନ୍ତି କ'ଣ ଅନୁଷ୍କା ଗର୍ଭବତୀ ଅଛନ୍ତି ? ଆଉ କିଛି ଲୋକ କହିଛନ୍ତି କ'ଣ "ଛୋଟ କୋହଲି ଆସିବାକୁ ଯାଉଛନ୍ତି" ?

ତେବେ ଏସବୁ ପ୍ରତିକ୍ରୟା ଉପରେ କୋହଲି କିଛି ଉତ୍ତର ରଖି ନାହାଁନ୍ତି ।  କିନ୍ତୁ କୋହଲିଙ୍କର ଏହି ଟ୍ୱିଟ୍‌ ଏବେବି ଲୋକଙ୍କୁ‌ ଅନ୍ଧାରରେ ରଖିଛି । ଆଉ ଫ୍ୟାନ୍‌ମାନେ ପଚାରୁଛନ୍ତି ସତରେ କଣ ଅନୁଷ୍କା ଗର୍ଭବତୀ ଅଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos