ଅକ୍ଷୟ କୁମାରଙ୍କ ସହ କାମ କରିଥିବା ଏହି ଅଭିନେତ୍ରୀ କ’ଣ ଲେସ୍‌ବିଆନ୍‌ ?

ମୁମ୍ୱାଇ:  ଉଭୟ ଦକ୍ଷିଣ ଭାରତୀୟ ଓ ହିନ୍ଦୀ ସିନେମାରେ ଅଭିନୟ କରୁଛନ୍ତି ଏମି ଜ୍ୟାକ୍‌ସନ୍‌। ଏବେ ସେ ରଜନୀକାନ୍ତଙ୍କ ‘ରୋବୋ ୨.୦’ ଫିଲ୍ମରେ କାମ କରୁଛନ୍ତି। ତେବେ ନିକଟରେ ଏମି ନିଜ ଇନ୍‌ଷ୍ଟ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା  ଏବେ ଆଲୋଚନାର ବିଷୟ ପାଲଟିଛି। ଏହି ଫଟୋରେ ଏମି ଜଣେ ଯୁବତୀଙ୍କ ସହ ନଜର ଆସିଛନ୍ତି। ଯୁବତୀ ଜଣଙ୍କ ଏମିଙ୍କୁ ପଛପଟୁ ଭିଡି ଧରିଛନ୍ତି। ଫଟୋ କ୍ୟାପ୍‌ସନ୍‌ରେ ଏମି ‘WifeLife’ ବୋଲି ଲେଖିଛନ୍ତି। ଏହି […]

front

front

Rakesh Mallick
  • Published: Monday, 11 June 2018
  • Updated: 11 June 2018, 11:36 AM IST

Sports

Latest News

ମୁମ୍ୱାଇ:  ଉଭୟ ଦକ୍ଷିଣ ଭାରତୀୟ ଓ ହିନ୍ଦୀ ସିନେମାରେ ଅଭିନୟ କରୁଛନ୍ତି ଏମି ଜ୍ୟାକ୍‌ସନ୍‌। ଏବେ ସେ ରଜନୀକାନ୍ତଙ୍କ ‘ରୋବୋ ୨.୦’ ଫିଲ୍ମରେ କାମ କରୁଛନ୍ତି।

[caption id="attachment_244108" align="aligncenter" width="840"]amai ଏମି ଜ୍ୟାକ୍‌ସନ୍‌[/caption]

ତେବେ ନିକଟରେ ଏମି ନିଜ ଇନ୍‌ଷ୍ଟ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା  ଏବେ ଆଲୋଚନାର ବିଷୟ ପାଲଟିଛି। ଏହି ଫଟୋରେ ଏମି ଜଣେ ଯୁବତୀଙ୍କ ସହ ନଜର ଆସିଛନ୍ତି। ଯୁବତୀ ଜଣଙ୍କ ଏମିଙ୍କୁ ପଛପଟୁ ଭିଡି ଧରିଛନ୍ତି। ଫଟୋ କ୍ୟାପ୍‌ସନ୍‌ରେ ଏମି 'WifeLife' ବୋଲି ଲେଖିଛନ୍ତି।

ଏହି ଫଟୋକୁ ଦେଖି ଏମିଙ୍କ ପ୍ରଂଶସକ ଦ୍ୱନ୍ଦ ରେ ପଡିଛନ୍ତି। ଅନେକ ପ୍ରଂଶସକ ଏମିଙ୍କୁ ‘ତୁମେ କ’ଣ ଲେସ୍‌ବିଆନ୍‌?’ ବୋଲି ପ୍ରଶ୍ନ କରିଛନ୍ତି। ଏମିଙ୍କ କ୍ୟାପସନ୍‌ରୁ  ଜଣାପଡୁଛି କି ଯୁବତୀ ଜଣଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଛି। ଯୁବତୀ ଜଣଙ୍କ ଜଣେ ମଡେଲ୍‌ ଏବଂ ତାଙ୍କ ନାମ ନୀଲମ ଗିଲ୍‌। ନୀଲମ ମଧ୍ୟ ନିଜର  ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ୍‌ ସେଆର କରିଛନ୍ତି। କ୍ୟାପ୍‌ସନ୍‌ରେ ସେ 'Vienna #LifeBall with wifey ବୋଲି ଲେଖିଛନ୍ତି।

ନୀଲମଙ୍କ ଏହି ପୋଷ୍ଟକୁ ଦେଖି ଫ୍ୟାନ୍‌ ମାନେ ଅନେକ ପ୍ରଶ୍ନ କରିଛନ୍ତି। କିଏ ପଚାରିଛି, ଆପଣ ଦୁହେଁ କ’ଣ ବାହା ହୋଇଯାଇଛନ୍ତି କି? ତ ଆଉ କିଏ ପଚାରିଛି ଆପଣ କ’ଣ ଲେସ୍‌ବିଆନ୍? ତେବେ ଏଭଳି ପ୍ରଶ୍ନର ଉତ୍ତର ଏଯାଏଁ ଏମି ଓ ନିଲମ ଦେଇନାହାନ୍ତି।

କିଛି ଦିନ ତଳେ ଏମି ଜ୍ୟାକ୍‌ସନ୍‌ ସମଲିଙ୍ଗୀ ସଂପର୍କକୁ ନେଇ ଏକ ଇଣ୍ଟରଭ୍ୟୁରେ ଖୋଲାଖୋଲି କଥା ହୋଇଥିଲେ। ତାଙ୍କର ଜଣେ ସାଙ୍ଗ ମଧ୍ୟ ଲେସ୍‌ବିଆନ୍‌ ବୋଲି କହିଥିଲେ। ଯଦି ଜଣେ ୱାନ୍‌ ନାଇଟ୍‌ ଷ୍ଟାଣ୍ଡ୍‌ ବା ଗୋଟିଏ ରାତିର ସାଥୀ ହେବାକୁ ପସନ୍ଦ କରେ, ତେବେ ଏଥିରେ କିଛି ଭୁଲ ନାହିଁ  ବୋଲି ଏମି କହିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos