ମୁମ୍ବାଇ: ଯୁବରାଜ ଓ ହେଜଲଙ୍କ ବାହାଘରରେ ବିରାଟ୍ ଓ ଅନୁଷ୍କାଙ୍କ ପହଁଞ୍ଚିବାକୁ ନେଇ ଥିଲା ସମସ୍ତଙ୍କ ନଜର। ଉଭୟ ବାହାଘରରେ ଯୋଗ ମଧ୍ୟ ଦେଇଥିଲେ। କିନ୍ତୁ ବାହାଘରରେ ଲାଇମ୍ଲାଟକୁ ଚୋରାଇ ନେଇଥିଲେ କ୍ରିକେଟର ଜାହୀର ଖାନ୍ ଓ ବଲିଉଡ ଅଭିନେତ୍ରୀ ସାଗରିକା ଘଟଗେ।
ଖବର ମୁତାବକ ଜାହିର ଏବେ ସାଗରିକାଙ୍କୁ ଡେଟ୍ କରୁଛନ୍ତି। ଉଭୟ ଯୁବରାଜଙ୍କ ବାହାଘରରେ ହାତ ଧରାଧରି ହୋଇ ପହଁଞ୍ଚିବାର ଦେଖାଯାଇଥିଲା। ଉଭୟ ପୁରା ପାର୍ଟିରେ ଏକାଠି ସମୟ ଅତିବାହିତ ମଧ୍ୟ କରିଛନ୍ତି। ଅଭିନେତ୍ରୀ ସାଗରିକାଙ୍କୁ ଶାହାରୁଖଙ୍କ ‘ଚକ୍ ଦେ ଇଣ୍ଡିଆ’ରେ ପ୍ରିତୀ ସରବାଲର ଭୂମିକାରେ ଦେଖାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।